"ନାରୀ ସଶକ୍ତିକରଣ"
-----------------------------
ନ ଅରୀ, ନାରୀ
ସମାଜ ରଥରେ ଦୁଇ ପ୍ରହରୀ,
ଗୋଟିଏ ନର ,ଅନ୍ୟଟି ନାରୀ
ନାରୀ ପାଇଁ ସୃଷ୍ଟି , ନାରୀ ପାଇଁ ଧ୍ଵଂସ ।
ଏ ନାରୀକୁ ସ୍ଵ ଶକ୍ତି ବିଷୟରେ ଅବଗତ
କରାଇ, ପୂର୍ଣ୍ଣ ଅଧିକାର ପାଇଁ ଲଢ଼ିବାକୁ ହେବ,
ନା ସେ ଅବଳା ନା ଦୁର୍ବଳା
ତାକୁ ପୂର୍ଣ୍ଣ ସ୍ଵାଧୀନତା ଲୋଡ଼ା ।
ସେ ଦୁର୍ଗା କାଳୀ ଅବା ପାର୍ବତୀ
ଙ୍କ ଭଳି ନାରୀଟିଏ ,
ଗୋଟେ ପଟେ ଦେବୀ ମୂର୍ତ୍ତୀ ପୂଜାହୁଏ
ଅନ୍ୟପଟେ ନାରୀ ଶିକ୍ଷାରୁ ବଂଚିତ ହୁଏ ।
ଆଜିବି ସମାଜର କିଛି ଅଂଶରେ
ଝିଅ ଜନ୍ମ ହେଲେ କାନ୍ଦ ବୋବାଳି ପଡ଼େ,
ମା'ଟିଏ ନିଜେ ଗୋଟେ ନାରୀ ହୋଇ
ଏ ଲିଙ୍ଗଭେଦକୁ ବିଶ୍ୱାସ କରେ ।
ନାରୀକୁ ସମାଜର ସ୍ତମ୍ଭ ହେବାକୁ ହେବ
ଆଗାମୀ ପିଢ଼ି କୁ ମଜବୁତ୍ ଗଢ଼ିବାକୁ ହେବ,
ଗାଁ ଗାଁ ବୁଲି ଏକତ୍ରିତ କରି ଲକ୍ଷ୍ମୀବାଇ,
ଇନ୍ଦିରା ଗାନ୍ଧୀ, ମଦର୍ ଟେରେସା ଗାଥା
ଗାଇବାକୁ ହେବ, ବୀରତ୍ୱର ଗାରୀମାକୁ
ପ୍ରତିଟି କୋଣ ଅନୁକୋଣରେ ପହଞ୍ଚାଇବ ।
ନିଜ ଅଧିକାର ପାଇଁ ଲଢ଼ିବ
ଆତ୍ମ ନିର୍ଭରଶୀଳ ହୋଇ ବଞ୍ଚିବ
ପୁରୁଷ ଭଳି ଶିକ୍ଷିତ ହୋଇବ
ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବ
ଏହି ସବୁ ବ୍ରତରେ ବ୍ରତୀ ହେଲେ
ନାରୀ ସଶକ୍ତିକରଣ ସମ୍ଭବ ହେବ ।
ପ୍ରୀତିସୀମା ସ୍ଵାଇଁ
ଆନନ୍ଦପୁର, କେନ୍ଦୁଝର ।
0 Comments