ନାରୀ ସଶକ୍ତିକରଣ

ସପନ ପୁରର ଗୋପନ ପୁରେସେ
ହୋଇଥାଏ ସଦା ବନ୍ଦିତା
ସମାଜ ଆଖିରେ ଲେଡିସ୍ ଫାଷ୍ଟେ
ପଦପଦବୀର ଚାହିଦା....

 ସ୍ନେହ ମମତାର ମାଇଲ ଖୁଣ୍ଟସେ
ପ୍ରେମପ୍ରଣୟର ଦେବୀ
ଦେବତା ପୟରେ ଲାଗିବା ପୂର୍ବରୁ
ଦାନବ ନିଅଇ ଝାମ୍ପି.....

ପାଦରେ ଅଳତା ମଥାର ସିନ୍ଦୂର
ସଜାଏତ ବୀରଙ୍ଗନା
ଯୌତୁକପ୍ରଥା ଦିନକେଇଟାରେ
ସମ୍ପର୍କ କରେ ଟୁକୁରା.....

ମଥାର ଓଢଣା ଓଡିଆଣୀରତ
ସର୍ବଶ୍ରେଷ୍ଠ ପରିଚୟ
ସେହି ପରିଚୟ ଦୁନିଆ ଦାଣ୍ଡରେ
ଲୁଟୁଛି ନରରାକ୍ଷସ.....

ସମୟ ଆଣିଛି ଶକ୍ତି ସାହାସକୁ
ଏକାଠି କରିକି ହାତେ
ନାରୀଜାତି ଆଜି ଅସହାୟ ନୁହେଁ
କହିଚାଲ ବୀରଦର୍ପେ.....

ହରତାଳ ଆଉ ହତିଆର ସବୁ
ଲୋଡା ନାହିଁ ଏଠି ଆଉ
ନାରୀଜାତି ହାତ ମୁଠା କରିଦେଲେ
ଭାଙ୍ଗିଯିବ ଗର୍ବବାହୁ.......

💜❤💜❤💜❤💜
ନାମ -ସ୍ୱର୍ଣ୍ଣପ୍ରଭା ଖଟୁଆ
ଯାଜପୁର ,ଚଣ୍ଡିଖୋଲ