ନାରୀ ସଶକ୍ତିକରଣ
.........................................
କେବେ ନାରୀଟିଏ ଯୌତୁକ ଜୁଈରେ
ଜଳି ଜଳି ମରିଯାଏ.....
କେବେ ପୁଣି ନାରୀ ମା' ଗର୍ଭେ ତାର
ପ୍ରାଣ ବାୟୁ ଛାଡି ଯାଏ....!!
କେବେ ପୁଣି ନାରୀ ଗଣ ଭୋଗ୍ଯା ହୋଇ
ଅକାଳରେ ଝରି ପଡେ....
କେବେ ନାରୀ ପୁଣି ପୁରୁଷ ସମାଜେ
ଘର କୋଣେ ସଢି ମରେ....!!
ନାରୀଙ୍କ କଷଣ ନାରୀ ନିର୍ଯ୍ଯାତନା
ଖବର ମଣ୍ଡନ କରେ.....
ନ୍ଯାୟ ପାଇଁ ନାରୀ ଗୁହାରୀ କରିଣ
ଶେଷରେ ଜୀବନ ହାରେ....!!
ପୁରୁଷ ସମାଜେ ନାରୀ ଅଧିକାର
ସାବ୍ଯସ୍ତ କରିଲେ ନାରୀ...
ଜୀବନ ଯୁଦ୍ଧରେ ସଂଗ୍ରମ କରି
ଆଗକୁ ଯିବ ସେ ମାଡି....!!
ନାରୀକୁ କରନି ପାତର ଅନ୍ତର
ସମାଜର ମୂଳ ଦୁଆ
ସେହିତ ଭଗ୍ନୀ ସେହିତ ଜାୟା
ସେହି ଜନ୍ମଧାତ୍ରୀ ମାଆ....!!
ନାରୀ ବିନା ନାହିଁ ପୁରୁଷର ଗତି
ନାରୀକୁ ସଶକ୍ତି କର
ଘର କୋଣ ଛାଡି ନାରୀକୁ ପ୍ରଥମେ
ଦେଖାଅ ଶିକ୍ଷାର ଦ୍ବାର....!!
ନାରୀ ହୋଇ ପାରେ ପ୍ରଧାନ ମନ୍ତ୍ରୀ
ଏ ଦେଶର ରାଷ୍ଟ୍ରପତି
ନାରୀ ହୋଇ ପାରେ ରାଜ୍ଯ ମୁଖ୍ଯ ମନ୍ତ୍ରୀ
ଏ ଦେଶ ବିଚାରପତି...!!
ନାରୀ ହୋଇପାରେ ମହାକାଶଚାରୀ
ବୈଜ୍ଞାନିକ ଡାକତର
ନାରୀ ହୋଇ ପାରେ ଯନ୍ତ୍ରୀ ମନ୍ତ୍ରୀ ପୁଣି
ବିଭାଗୀୟ ଅଫିସର....!!
ନାରୀ ଆଣି ପାରେ ନର୍କ ପୁରିରେ
ସ୍ବର୍ଗର ସୁଖର ହସ
ନାରୀ ହସୁଥିଲେ ପରିବାର ହସେ
ସକଳ ଦେବତା ବାସ...!!
ନାରୀର ନେତ୍ରରେ ଝରୁଥିଲେ ଅଶ୍ରୁ
ସେହିତ ନର୍କ ପୁର
ନାରୀ ପରା ଲକ୍ଷ୍ମୀ ନାରୀ ସରସ୍ବତୀ
ନାରୀକୁ ସମ୍ମାନ କର.....!!
ନାରୀର ପ୍ରଗତି ଦେଶର ଉନ୍ନତି
ଏକଥା ବିଚାର କର
ନାରୀ ବିନା ଏଇ ସଂସାର ଅଚଳ
ନାରୀଟି ସଂସାରେ ସାର....!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
୧୧୯ କଲୋନୀ,ପୋଷ୍ଟ ଡିଏନକେ,ମାଲକାନଗିରି
ମୋନଂ ୯୪୩୭୭୭୯୪୪୭
0 Comments