"ନାରୀ ସଶକ୍ତିକରଣ"
ଏ ଦେଶର ନାରୀ ନୁହଇ ଅବଳା।
କାହିଁକି ଭାବୁଛି ନିଜକୁ ସରଳା।
ନାରୀ ର ଭକ୍ତି ନାରୀର ଶକ୍ତି।
ପ୍ରତ୍ୟକ ରୂପରେ ନାରୀର ଉକ୍ତି।
ଦୁର୍ଗା ରୂପେ କେବେ ତ କାଳୀ ରୂପ ପାଇ
ଜଗତ ର ଶତ୍ରୁ ର ବିନାଶ କରୁଥାଇ।
ନିଜ କୁ ନାରୀ ଆଜି ପାରୁ ନାହିଁ ଚିନ୍ହି।
ସକଳ ଶକ୍ତି ର ଉତ୍ସ ଏକ ଜଳନ୍ତା ଵନହୀ।
କଷ୍ଟ ଯାତନା ର ହୋଇଚି ଶିକାର।
ଜୀବନ ସାରା ଖଟି ନିଜ ସଂସାର।
କାହିଁକି ନିଜକୁ ଭାବିଛି ହୀନ ମାନ।
ଆସିଛି ସମୟ କରିବାକୁ ସ୍ୱର ଉତ୍ତୋଳନ।
ନିଜ ର ଖୁସି ,ଚିନ୍ତା ଆଉ ଦୃଢ ମନ ଭାବ।
ନିଜ ର ହକ ସାବ୍ୟସ୍ତ କରିବାକୁ ହେବ।
ଯାହା ବି ଜୀବନ ର ଅଛି ଅଧୁରା ସ୍ବପ୍ନ।
ଅର୍ଜିବାକୁ ହେବ ନ ରହି ଅନନ୍ଦ ରେ ମଗ୍ନ।
ନାରୀ ଗର୍ଭ ରୁ ଜନ୍ମିଛନ୍ତି କେତେ ମହାପୁରୁଷ।
ନିଜର ଦୁଃଖ କଷ୍ଟ ଭୁଲି କରିଛି ମଣିଷ।
ସେହି ନାରୀ କୁ ଦେବା ପାଇଁ ଉଚିତ ସମ୍ମାନ।
ସମସ୍ତେ ଏକଜୁଟ ହୋଇ କରିବା ଆନ୍ଦୋଳନ।
ନାରୀ ଜାତିର ଆତ୍ମ ମର୍ଯ୍ୟାଦା କରିଲେ ରକ୍ଷା।
ମାନବ ଜାତିର ହେବ ମହତ ଶିକ୍ଷା।
ନାରୀ ସଶକ୍ତିକରଣ ହେଉ ଆମର ଲକ୍ଷ।
ସମସ୍ତ ଙ୍କୁ ଲଢି ବାକୁ ହେବ କରି ଗୋଟିଏ ପକ୍ଷ।
ଦିପକ କୁମାର ଗୁପ୍ତ
କଟକ
0 Comments