ନାରୀ ସଶକ୍ତିକରଣ
^^^^^^^^^^-^^^^^^^-^^^^^^^^^^^^

ନଥିପତ୍ରେ ବନ୍ଧା  ନାରୀ ସଶକ୍ତିକରଣ
ପୂର୍ଣ୍ଣିମାର ଆଲୁଅଠୁ ଦୂରେ
ଅମାବାସ୍ୟା ନିର୍ଯ୍ୟାତନାର ଘନ କାଳୀମା
   ଘୋଟିଅଛି ଶତେକ ଦେହରେ        ।
ଧର୍ମଘଟ ରାଜରାସ୍ତା ମଧ୍ୟରେ ସୀମିତ
   କାନ୍ଦୁଅଛି ମୁକ୍ତିର ଆଶାରେ
ଅଗ୍ରଗତି ଉପହାସ ଥଟା ପରି ଲାଗେ
    ଅବା ଖାଲି ମଣ୍ଡନ ଖବରେ            ।
ମରିମରି  ବଞ୍ଚୁଅଛି   ବାଣ୍ଟିବାକୁ ସୁଖ
   ତ୍ୟାଗ ଯୋଡ଼ା ଜୀବନ ପୃଷ୍ଠାରେ
ରକ୍ତ ମାଂସ ପାଲଟିଛି  ପଥର ତାଲାଗି
    କୁଣ୍ଠାକରେ କୋହ ପ୍ରକାଶରେ        ।
କୋମଳାଙ୍ଗୀ କାନ୍ତ ଶାନ୍ତ କମନୀୟ ରୂପ
     ବର୍ଣ୍ଣନା ଲେଖକ ଭାବୁକରେ
ଚିରଦୁଃଖୀ ନିର୍ଯାତିତା ଶୋଷିତା ପୀଡିତା
     ପଥୋନ୍ମୁକ୍ତ କରିବ କେ ବାରେ       ।
ଜନ୍ମଦିଏ ପୁତ୍ରକନ୍ୟା ବୃଦ୍ଧିର ସଂସାର
     ହତ୍ୟା ନିଜେ ଭ୍ରୁଣ ଅବସ୍ଥାରେ     
ଜନନୀ ଭଗିନୀ ଜାୟା ଆଦି ନାମଧରି
     ସ୍ନେହ ବାଣ୍ଟୁଥାଏ ନିରନ୍ତରେ          ।
କେବେ ସାଜି ମାଆର ପାବନ ପଣତ ସେ
     ରିକ୍ତ ତିକ୍ତ ଯେତେ ଆସୁ ତାରେ
ପତ୍ନୀହୋଇ ଢାଳିଚାଲେ ପ୍ରେମର ଚଇତି
     ଭାଇ ସ୍ନେହ ରକ୍ଷା କବଚରେ      ।
ନାରୀ ସ୍ବାଧୀନତା ନାରୀ ସ୍ୱାକ୍ଷରତା ବାର୍ତ୍ତା
     ନେତାମନ୍ତ୍ରୀ ଭାଷଣ ବାଜିରେ
ସକଳ ଯନ୍ତ୍ରଣା ସହ୍ୟ କରିବାର ଫଳ
     ବଳାକ୍ତାର ଯଉତୁକ ନାଁରେ         ।
ଉଇଁଆସ ଧରି ରୂପ ରକ୍ତିମ ସୂର୍ଯ୍ୟର
     ଧ୍ବଂସ ନାଶ ହେଉ ଏ ମହୀରେ
ଗରୀୟାନ ମହୀୟାନ ଲଭରେ ନିଶ୍ଚୟ
      ପ୍ରତିଷ୍ଠିତ ହୁଅ ସମାଜରେ           ।
ମିଳୁ ମାନ ସନମାନ ଶତଶତବାର
      ତୁମ୍ଭ ତ୍ୟାଗ ପରାକାଷ୍ଠା ବାରେ
ସବୁରି ନାମଟି ତୁମ ସାର୍ଥକତା ଲାଗି
       ଭରୁ ଚିନ୍ତା ଜନ ସମାଜରେ        ।          

ସରସ୍ବତୀ ନାୟକ , କପିଳେଶ୍ୱରପୁର,ପୁରୀ
ମୋ-୯୯୩୮୩୫୯୨୬୪