ନାରୀ ସଶକ୍ତିକରଣ
ନାରୀଟିଏ ମୁଁ ନାରୀଟିଏ
ଅବଳା ନୁହେଁ କି ଦୁର୍ବଳା ମୁଁ ନୁହେଁ
ଡେଣାଲଗା ଦକ୍ଷ୍ୟ ପକ୍ଷୀଟିଏ ମୁଁ
ପ୍ରଗତିଶୀଳର ଚିହ୍ନଟିଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ପାଠ ଦ୍ଵିଅକ୍ଷର ପଢ଼ିଥିଲି ବୋଲି
ଆଜି ମୁଁ ଶିକ୍ଷୟିତ୍ରୀ ଝିଅ ମୋ ଡାକ୍ତର
ନାରୀ ଶିକ୍ଷାର ମୁଁ ସାକ୍ଷ୍ୟ ଦିଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ଶବ୍ଦ ସଂଯୋଗର ଅମୋଘ ଅସ୍ତ୍ରରେ
ଅଜ୍ଞାନ ପଣକୁ ଦୂର କରିବାକୁ
ଭାଷା ସାହିତ୍ୟରେ କବିଟିଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ହାତେ ଅସ୍ତ୍ରଧରି ରଣ ହୁଙ୍କାରରେ
ବିରଙ୍ଗନା ସାଜି ଯୁଦ୍ଧ ଭୁଇଁରେ ମୁଁ
ଲକ୍ଷ୍ମୀବାଈ ପରି ଲଢୁଥାଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ରାଜନୀତି ପରି ସର୍ବୋଚ୍ଚ ସ୍ଥାନରେ
ଇନ୍ଧ୍ରା ଗାନ୍ଧୀ ଠାରୁ ସୁଷମା ସ୍ୱରାଜ
ନାରୀ ସଶକ୍ତିର କଥା କୁହେ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ଓଢଣା ତଳେ ବି ସୀମିତ ମୁଁ ନୁହେଁ
ସେବାରେ ସମର୍ପି ଜୀବନ ମୋହର
ନୋବେଲ ପୁରସ୍କାର ଜିତିଥାଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ମୋହର
ମହାକାଶ ଯାଇ କଳ୍ପନା ଚାଓଲା
ନୂତନ ଯୁଗର ମୁଁ ସ୍ୱପ୍ନ ଦିଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ଚାହାଣୀରେ ମୋର କାହାଣୀ ତିଆରି
ମାୟା ନଗରୀରେ ରୂପେଲି ପରଦା
ମୋଲାଗି ଝଲସି ଉଠୁଥାଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ଅବଶ୍ୟ କେଉଁଠି ଝୁଣ୍ଟି ମୁଁ ପଡିଲେ
କ୍ଷତାକ୍ତ ଶରୀରେ ପ୍ରତିବାଦ ସ୍ୱରେ
ଶତ୍ରୁକୁ ବିବସ କରିଦିଏ
ନାରୀଟିଏ ମୁଁ ନାରୀଟିଏ ।।
ନାରୀଟିଏ ମୁଁ ନାରୀଟିଏ
ଆଖିରେ ମୋ ଅଗ୍ନି ହୃଦୟରେ ସ୍ନେହ
ପାରଦର୍ଶିତାର ପରାକାଷ୍ଠା ମୋହ
ନିଜେ ଗୋଡେ ନିଜେ ଠିଆ ହୁଏ
ନାରୀଟିଏ ମୁଁ ନାରୀଟିଏ ।।
ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
0 Comments