ନାରୀ ସଶକ୍ତିକରଣ 
ନାରୀ ନାରାୟଣୀ ଶକ୍ତି ସ୍ୱରୂପିଣୀ
        ସକଳ ଶକ୍ତି ଆଧାର
ବ୍ରହ୍ମ ସ୍ୱ-ରୂପିଣୀ ସୃଷ୍ଟିର କାରେଣୀ
         ଜଗତର ମୂଳାଧାର । (୧)
ଯୁଗ ଯୁଗାନ୍ତର     କଳ୍ପ  କଳ୍ପାନ୍ତର
         ନାରୀ  ପୂଜ୍ୟା ଏ ଜଗତେ
ବ୍ରହ୍ମ ଦୁଇ ଭାଗ    କରି   ପରଂବ୍ରହ୍ମ
        ଗଢିଲେ   ଜଗତ  ହିତେ। (୨)
ଯୋଗଛାଡି ଭୋଗ ହେବାରୁସମ୍ଭୋଗ
       ନାରୀ ହେଲା ଶକ୍ତି ହୀନା
ନିର୍ଲ୍ଲଜ ସମାଜ    ପିଟୁଛି  ଡିଣ୍ଡମ
        "ସଶକ୍ତିକରଣ  ବାହାନା  (୩)
ଶିକ୍ଷା ଓ ସଂସ୍କୃତି  ବିଜ୍ଞାନ  ପ୍ରଗତି
         କଳା, କ୍ରୀଡା, ରଣାଙ୍ଗନ 
ସମାଜ ସମୃଦ୍ଧି   କରେ  ଯଥାବିଧି
        ଶ୍ରେଷ୍ଠତ୍ୱ   କରି  ପ୍ରମାଣ (୪)
ମାତା ରୂପେ ରକ୍ଷା କରେ ସନ୍ତାନକୁ
         ଜାୟା   ଭଗିନୀ  ରୂପରେ
ପ୍ରେୟସୀ  ମାନସୀ  ରୂପେ ହସି ହସି
        ଅମୃତର  ଧାରା ଢାଳେ  (୫)
ପତନାଭିମୁଖୀ     ସମାଜ ଶୋଷଣ
         ରଚି  ଯୈ।ନ  ବିଭୀଷିକା
ନାରୀ ନିର୍ଯାତନା  ଅସହ୍ୟ ଯନ୍ତ୍ରଣା
         କରେ  ଅନ୍ୟାୟ ନିଃଶଙ୍କା(୬)
ମୁଖରେ ମଧୁର  ପେଟରେ  ଗରଳ
         ପରଳ  ପଡ଼ିଛି  ନେତ୍ରେ
ଶକ୍ତି ମୟୀ ମାତୃ- ମୟୀ   ଗୁରୁ ରୂପି
        ନାରୀକୁ  ହରୁଛି  ଗାତ୍ରେ  (୭)
ନୀଚ୍ଚ ଆଶା ତୁଛ   କରିଲେ ମାନବ
        ସୁସ୍ଥ  ସମାଜ   ଗଢ଼ିବ
ନାରୀକୁ ସମ୍ମାନ   ଦେଲେ  ଅଗ୍ରଗଣ୍ୟ
        " ସଶକ୍ତିକରଣ "  ହେବ   (୮)
ଭୋଗବାଦ ଛାଡି   ସହଯୋଗ ମନ୍ତ୍ରେ
         ନର   ନାରୀ  ଧର  ଦୀକ୍ଷା
ଅତୀତର  ହୃତ    ଗୈ।ରଵ ସମ୍ଭବ
         "ସଶକ୍ତିକରଣ"  ଶିକ୍ଷା। (୯)
ଶିକ୍ଷିତା ନାରୀଯେ ଦେଶର ଶିରୀମୋ
           ଉନ୍ନତିର ମୂଳ ଶ୍ରୋତ
ପାଦରେ ପାଦ ମିଳାଇ ଆଗେଇଲେ
           ଆପେ ହୋଇବୁ ' ସଶକ୍ତ' ।
*************************
ଭକ୍ତ ଶ୍ରୀ ସ୍ୱାଧୀନ ଚନ୍ଦ୍ର ଜେନା ,ବୋରିଗାଁ,ଡାବୁଗାଁ,
ନବରଙ୍ଗପୁର
*************************