ଉଠ ଜାଗ୍ରତ ହୁଅହେ ଚିରନ୍ତନି ନାରୀ
 ହେ ଆଦିକର୍ତ୍ରୀ,  ଆଦି  ସୃଷ୍ଟିକାରିଣୀ
ତୁମେ ହିଁ କରୁଣାମୟୀ,ମମତାମୟୀ
ତୁମେ ପ୍ରେମମନ୍ଦାକିନୀ,ସ୍ନେହମୟୀ।
ହେଅସୀମକରୁଣାବତୀ,ସହନଶୀଳା
ନୁହଁ ତୁମେକେବେ ଅବଳା,ଦୁର୍ବଳା।
ନୁହଁଖାଲି,  ହାସ୍ୟମୟୀ ଲାସ୍ୟମୟୀ
ତୁମେହିଁ ତ ଅମାପ  ପ୍ରେରଣାଦାୟୀ
ତୁମେ ହିଁ ଜନନୀ ଜାୟା ଭଗିନୀ
ହେ ନାରୀତୁମେହିଁ ମାତୃସ୍ୱରୁପିଣୀ
ନୁହଁତୁମେ ଲାଂଚିତାପତିତାରମଣୀ
ତୁମେ ହିଁସାକ୍ଷାତ ଦୁର୍ଗତିନାଶିନୀ
ତୁମେନୁହ ପଣ୍ୟଦ୍ରବ୍ୟ,କ୍ରୀତଦାସୀ
ତୁମେଚିରବନ୍ଦିତା,ତୁମେମହୀୟସୀ
ତୁମରିସୃଷ୍ଟି ସୀତା,ସାବିତ୍ରୀ,ମୀରା
ଦ୍ରୌପଦୀ,ମନ୍ଦଦରୀ,କୁନ୍ତୀ,ତାରା
ଝାଂସିରାନୀ ଲକ୍ଷ୍ମୀବାଈ ବୀରା
ତୁମେହିଁ ମଧୁଶ୍ରାବୀ ଅମୃତଧାରା
ନୁହଖାଲି ତୁମେଘରକୋଣବାସିନୀ
ତୁମେ ତ ହେଇଛ ବିଶ୍ଵବିଜୟିନୀ
ନୁହତୁମେ ଅସୁର୍ୟଂପଶ୍ୟା ଆଜି
ମହାକାଶେ ଗଲଵିଜ୍ଞାନୀ ସାଜି
ପୁଅଝିଅ ନାହିଁକିଛି ଭେଦଭାବ
ଝିଅବିନା ସମାଜକି କେବେତିଷ୍ଠିବ 
ନିଜଗୋଡେ ନିଜେ ହୁଅ ଛିଡା
ମନରେ କେବେ ନରଖ ବ୍ରିଡ଼ା
କହିବା ପାଇଁ ଅଛିତୁମରି ଅଧିକାର
ପ୍ରଗତିପଥେ ହୁଅରେ ଅଗ୍ରସର
ତୁମେ ସହଧର୍ମିଣୀ,ସହକର୍ମିଣୀ
ତୁମେଗୁରୁ ,ତୁମେବିଦ୍ୟାଦାୟିନୀ
ଛାଡିଦିଅ ଅନ୍ଧବିଶ୍ୱାସ,କୁସଂସ୍କାର
ପଦେ ପଦେ ହୁଅ ଆଗୁଆର
ଛାଡିଦିଅ ଈର୍ଷା,ପରଶ୍ରୀକାତର
ନଗ୍ନବେଶଭୁଷା ବିଦେଶୀ ଆଚାର
ନାରୀପୂଜା ପାଏ ଯେଉଁଠି
ଦେବତା ପରା ରହନ୍ତି ସେଇଠି
ଅର୍ଧେକପୁରୁଷ ଅର୍ଧେକ ନାରୀ
ନାରୀବିନାସଂସାରଚଳିବକିପରି
ହେ ନାରୀ ଯାଇଅଛ କି ଭୁଲି
ତୁମ୍ଭ ଅଶ୍ରୁରେ ପଥରଯାଏ ତରଳି
ଅବଶକୁ ତୁମ୍ଭେ କରିପାର ବଶ
ଦୁର୍ବଳକୁ ଭରିପାର ଅଦମ୍ୟସାହସ
ହେ ଚିରବନ୍ଦନିୟା ହୁଅ ଶିକ୍ଷିତା
ତୁମ୍ଭଶକ୍ତି ଯୋଗେ ହୁଅ ଜଗତଜିତା।
 
 ଅଵନୀ କାନ୍ତ ସାହୁ
ବରଗଡ ଦେଉଳି