ନାରୀ ସଶକ୍ତିକରଣ
"" "" "" "" ""****"" "" ""
ନାରୀ ପୁଣି ଦେବୀ ପୁଣି ମମତା
ମନ୍ଦିର ତୋ ପଣତ ରେ ଭରି
ଉଠେ ହସ ଖୁସିର ଜୁହାର
ସେ ଅଟେ ଆମର ବଞ୍ଚିବା କାରଣ |
ନାରୀ ବିନା ଏ ସ୍ରୁଷ୍ଟି ଅନ୍ଧାର
ନାରୀ ବିନା ଏ ସଂସାର ଅସମ୍ଭବ
ନାରୀ ବିନା ଏ ଧରା ପୃଷ୍ଠ ଅଥୟ
ନାରୀ ବିନା ଏ ପୃଥିବୀ ଶୂନ୍ୟ ସ୍ୱରୂପ|
କେତେ ରୂପ ତାର ଲୋ ଜାଣି ହୁଏ ନାଁହି କିଛି କେବେ ସାଜେ ଭଗିନୀ କେବେ ସାଜେ ପତ୍ନୀ ଓ କେବେ ସାଜେ ପୁଣି ସେ ଦେବକୀ|
ସବୁ ଇଚ୍ଛା ସବୁ ଆଶା ସେ ଚାପି ଦିଏ
ଅନ୍ୟର ଖୁସିରେ ବାନ୍ଧି ହୋଇଯାଏ
କେତେ ପୂଜା ବ୍ରତ ସବୁ କରଇ
ଅନ୍ୟର ମଙ୍ଗଳ କାମନା କରିଥାଏ |
ଅସଡା ଘରକୁ ଦିଏ ସେ ସଜାଡି
ସିଏ ପରା ଅଟେ ଦେବୀ ଶକ୍ତି ପରି
ତା ପାଖେ ଥାଏ ଅତୁଟ ବିଶ୍ବାସ
ଅସମ୍ଭବ କୁ କରେ ସିଏ ସମ୍ଭବ |
ଏ ସଂସାର ଯାହା ବି ସ୍ରୁଷ୍ଟି ହୋଇଛି
ନାରୀର ସବୁଥିରେ ହାତ ରହିଛି
ନାରୀ ବିନା ଏ ବ୍ରହ୍ମାଣ୍ଡ ଅସ୍ଥିର
ନାରୀ ସବୁବେଳେ ପୂଜ୍ଯ ବନ୍ଦନା |
କେତେ ରୂପ ତାର ଏ ନାରୀର
ମାଟିକୁ ଛୁଇଁ ଦେଲେ ହୁଅଇ ସୁନା
ତା ଗୁଣ ଗାରିମା କେତେ କହିବି
ଯେତେ କହିଲେ ବି ମନ ପୁରୁନି|
ତାରି କୋଳରେ ଆମେ ପରିଚିତ
ତାରି ହାତ ଧରି ଚାଲୁଛୁ ବାଟ
ସିଏ ଅଟେ ଆମ ମମତା ମୟି
ତା ପାଦତଳେ ଚିର ନମସ୍ୟ |
ଝରଣା ରାଉତ
ଜିଲ୍ଲା - ଯାଜପୁର
0 Comments