ନାରୀ ସଶକ୍ତିକରଣ
---------------------------
ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟ ନାରୀ ସଶକ୍ତିକରଣ
ଜାଣିଛି ଏ ସାରା ସଂସାର ।।
ନାରୀ ରୂପେ ନାରାୟଣୀ ମାଆ ଆମର
୯ ମାସ ୯ ଦିନ ଗର୍ଭରେ ଧରି ତାର ।।
ମୃତ୍ୟୁ ସହିତ ଲଢ଼େଇ କରି
ଏ ଧରାପୃଷ୍ଠକୁ ଆଣିଲା ସଜେଇ ।।
କେତେ ରୂପ ତାର କେତେ ଯେ ମହିମା
ପଥର କୁ ଛୁଇଁଦେଲେ ହେଇଯାଏ ସୁନା ।।
ସେ ଚାହିଁଲେ ଗଢି଼ଦେବ ଦିବ୍ୟର ମନ୍ଦିର
ଝାଟି ମାଟି କୁଡି଼ଆକୁ କରିବେଦ ସରଗଠୁ ସୁନ୍ଦର ।।
ଓଁ ରୁ ଆରମ୍ଭ ଓଁ ରେ ଶେଷ ସେ
ଶରୀରେ ତାର ତିନି ପୁର ଯାତାୟତ ।।
ସ୍ବୟଂ ବ୍ରହ୍ମା ବିଷ୍ଣୁ ମହେଶ ତାଙ୍କରି ରୂପ
ଜାଣଇ ଏ ସାରା ଜଗତ ।।
ଏକ ବ୍ରହ୍ମ ଦିତୀୟ ନାସ୍ତି ନାରୀ ଯେ ଅଟନ୍ତି
ଜଗତର ଜନ୍ମ ହାରିଣୀ ସଂସାରର ଆଲୋକିନି ।।
ଯାହା ବି କିଛି ସମାଜରେ ଆମର ପ୍ରତିଷ୍ଠା ହୋଇଛି
ନାରୀ ହାତ ସେଥିରେ ବି ଅଛି ।।
ନାରୀ ବିନା ବିଶ୍ୱ ବ୍ରହ୍ମାଣ୍ଡ ଅଧାରେ ଯେ ରହିବ
ନାରୀ ସବୁବେଳେ ପୂଜନୀୟ ଦିଅ ତାଙ୍କୁ ମାନ ସମ୍ମାନ ।।
ଯୁଗ ପରିବର୍ତ୍ତନ ହେଇନି ବନ୍ଧୁ ମୋର
ସମୟର ଆବେଗରେ ବୁଝିବାକୁ ଚେଷ୍ଟା କର।।
ତୋ ପାଦ ତଳେ କୋଟି କୋଟି ପ୍ରଣାମ ମାଆ ମୋର
ଏ ସଂସାରେ ତୋ ଗୁଣ ଗାଇବି ବାରମ୍ବାର ।।
ଯେତେଦିନ ପର୍ଯ୍ୟନ୍ତ ଅଛି ଏ ଧରା ପୃଷ୍ଠରେ
ତୋ ନାମ ସ୍ମରଣ କରିବି ପ୍ରତି ମୂହୁର୍ତ୍ତରେ ।।
ଲଲାଟ କେଶରୀ ବଳସାମନ୍ତ
(ଓଡି଼ଶା,,ଯାଜପୁର,,୭୫୪୨୦୫)
ମୋ:-8458025456
0 Comments