ନାରୀ 
ଦୁନିଆରେ ଯଦି ଅନ୍ଧାର ନଥାନ୍ତା 
ଆଲୋକର କି ଥାନ୍ତା ମୂଲ, 
ସୂର୍ଯ୍ୟଙ୍କ କିରଣେ ଦେହ ନତାତିଲେ 
ଜହ୍ନରାତି  କି ଲାଗନ୍ତା ଭଲ, 
ଦୁନିଆରେ ଯାଦି ନାରୀ ନଥାନ୍ତା 
ଦୁନିଆ କି ଲାଗନ୍ତା ଅମୂଲ ମୂଲ l
ନାରୀର ରୂପ ତ ଅନେକ ପ୍ରକାର 
କେହି ପାରେନି ଯେ କହି, 
କେବେ ସେ ଜନନୀ, କେବେ ସେ ଜାୟା, 
କେବେ ପୁଣି ଅଟେ ଭଗିନୀ ର ଛାୟା  l
ନୁହେଁ ସେ ଦୁର୍ବଳା, ନୁହେଁ ସେ ଅବଳା, 
ସେ ଅଟେ କେବେ ଦୁର୍ଗାର ରୂପରେ, 
କେବେ ଆସେ ପୁଣି କାଳି ଅବତାରେ, 
ନାରୀର  ରୂପକୁ କେହି ନପାରେ ବଖାଣି, 
ସେ ତ ଅଟେ ସେନହ ରଂକୁଣି l
ସେନହ ମମତା ର ମୂରତି ସିଏ, 
ତାର ୠଣ ଅବା ସୁଜିବ କିଏ, 
ମା ହୋଇ କେବେ କୋଳେଇ ସେ ନିଏ,. 
ସ୍ତ୍ରୀ ହୋଇ କେବେ ଆଦର ସେ ଦିଏ, 
ହୋଇ ପୁଣି ସିଏ ଭଉଣୀ ପରି 
କାନ ଧରି ଗାଳି କରୁ ଯେ ଥାଏ, 
ଜୀବନ ର ସବୁ ଦୁଃଖ ଯନ୍ତ୍ରଣା କୁ 
ନାରୀଟିଏ ମଥା ପାତି ସହିବି ଯାଏ l
ପୁଣି ହେଲେ ଦୁନିଆରେ ଅନ୍ୟାୟ ଅତ୍ୟାଚାର, 
ଚାରିଭୁଜାଧାରି ପାଲଟି ଯାଏ  l
ତାରି ପାଇଁ ଏ ସାରା ସଂସାର 
ରାଗିଲେ ଦୁନିଆ କରିବ ଛାର, 
ନୀରିପାରି ମହାନ ଆଉ କେହି ତ ନୁହେଁ l
ଯୁଗେ ଯୁଗେ ନାରୀ ପୂଜା ଯେ ପାଏ l
     


ରଶ୍ମିତା  ନାୟକ 
କେଶରପୁର 
ନାରପଡା