ଆଦିସ୍ରଷ୍ଟା ତୁମେ ମାନବ ଜାତିର।
ଜୀବନସୃଷ୍ଟିର ତୁମେ ସୂତ୍ରଧାର।।
ତୁମବିନା ନୁହେଁ ଏ ଜୀବନ ପୂର୍ଣ୍ଣ।
ତୁମେମାତା ତୁମେ ସଖାରସମାନ।।
ତୁମେ ତ ଭଗିନୀ ତୁମେ ଅଟ ଜାୟା।
ଅଟଉପଦେଷ୍ଟା ତା ସହ ତନୟା।।
କେବେ ସୀତା ତୁମେ କେବେ ବା ସାବିତ୍ରୀ।
କେବେ କୁନ୍ତୀ,ତାରା, କେବେ ମନ୍ଦୋଦରୀ।।
ସାଜିପାର ପଞ୍ଚପତି ର ଭାରିଜା।
ଯାଜ୍ଞସେନୀ ସତୀ ବହ୍ନିର ତନୟା।।
ଅନସୂୟା, ଅହଲ୍ୟା ଯେ ଅରୁନ୍ଧତୀ।
ଗାଏଯା ପୁରାଣ ତୁମ ଯଶକିର୍ତ୍ତୀ।।
ତୁମେ ଝାନ୍ସିରାଣୀ ତୁମେ ସରୋଜିନୀ।
ତୁମେ ରମାଦେବୀ, କଳ୍ପନା ଯେ ପୁଣି।।
ହୋଇପାରେ ତୁମେ ନନ୍ଦିନୀ, ଇନ୍ଦିରା।
ଶାସନେ ଦେଖାଅ ତୁମ ପାତିଆରା।।
ନୁହେଁ ଅସମ୍ଭବ କିଛି କରିବାକୁ।
ଧରିପାର ଦୁର୍ଗା, ଲକ୍ଷ୍ମୀ ର ରୂପକୁ।।
ତୁମ ପାଦେ କୋଟି କୋଟି ଦଣ୍ଡବତ।
ନାରୀ ତୁମେ,ତୁମ କର୍ମ ଯେ ମହତ।।
ଅନୀଲ୍ କୁମାର ମିଶ୍ର
ସିଦ୍ଧି ବିନାୟକ ନଗର
ବିନିକା, ସୁବର୍ଣ୍ଣ ପୁର
ମୋ.ନ.-୯୪୩୮୩୧୦୯୭୨
0 Comments