ନାରୀ ସଶକ୍ତିକରଣ
_____________
ଅରି ନାଶ କରି ହୋଇଅଛି ବୋଲି
ନାରୀ ନାମେ ସେ ବିଖ୍ୟାତ
ଗୃହ କର୍ତ୍ତୀରୀ ସେ ଯେ ଘରର ମଣି
ବୋଲାଉଛି ଗୃହିଣୀ
ଧର୍ମ କାଯ୍ୟୈ ସଦା ଯୋଗ ଦିଏ ବୋଲି,ନାମ ତା ସହଧର୍ମିଣୀ
ଅଧମ ପତି କୁ ବାଟ କୁ ଆଣି ସେ
ପତ୍ନୀ ବୋଲାଉଛି ପୁଣି
ଦୁଇ କୂଳ କୁ ହିତକାରୀ ବୋଲି
ଦୁହିତା ନାମ ତାହାର
ନିଜ କୁଳ କୁ ସେ ଧନ୍ୟ କରେ ବୋଲି
କନ୍ୟା ନାମ ଟି ତାହାର
ଘରର ଭାର କୁ ସମ୍ଭାଳୁ ଥିବାରୁ
ଭାର୍ଯ୍ୟ। ନାମ ବୋଲାଉଛି।

ତା ପାଇଁ ପରା ନାରୀ ସଶକ୍ତିକରଣ
ହୁଏ ନାରୀ ସମାନତା
ନାରୀ ଅଧିକାର,
ମିଳିତ ଜାତିସଂଘ ଆଣିଦେଲା
ଆନ୍ତର୍ଜାତିକ ମହିଳା ବର୍ଷ
ନାରୀ ପାଇଲା ଭୋଟଦାନ
ସରକାରୀ ପଦବୀ ଗ୍ରହଣ
ସଂପତ୍ତି ମାଲିକାନା, ଶିକ୍ଷା ଲାଭ
ମାତୃତ୍ଵ ଛୁଟି,
ଚଳାଇ ଆସୁଛି ଅଭିଯାନ ।

ନାରୀ ନିର୍ଯାତନା,ବାଳିକା ଧର୍ଷଣ,
ଯୈ।ନ ନିର୍ଯ୍ୟାତନା,ଘରୋଇ ହିଂସା
ନାରୀ ସଶକ୍ତିକରଣ ଦିଏ ଆଶା
ନାରୀ ଅନ୍ତର୍ଶକ୍ତି ପୁସ୍ତକ ସବୁ
ବଖାଣି ବସିଲା କେତେ
ନାରୀ ବଶବର୍ତ୍ତୀ କରଣ,ଲିଙ୍ଗ ଦ୍ଵନ୍ଦ
ପିତୃ ପ୍ରାଧାନ୍ୟ ସୃଷ୍ଟି ହୁଏ
କୃତିର ଉଦାହରଣ ।

ଅର୍ଥନୈତିକ ସମାନତା, କୁସଂସ୍କାର
ନାରୀ କ୍ରିଡନକ ର ବିରୋଧ
କଲା ନାରୀ ସଶକ୍ତିକରଣ
ନାରୀ ର ସମ୍ମାନ, ପଦମର୍ଯ୍ୟାଦା
ନ୍ୟାୟ,ସମାଜ ସଭ୍ୟତା
ପୁଣି ସଂସ୍କୃତି ର ମୂଲ୍ୟାୟନ
ବୈଦିକ,ଉପନୀଷଦୀୟ ଯୁଗରେ
ଥିଲା ନାରୀ ର ଉଚ୍ଚ ସମ୍ମାନ ।
ଲୋପାମୁଦ୍ରା,ଘୋଷା, ମୈତ୍ରେୟୀ,
ସୀତା,ଦ୍ରୈ।ପଦୀ,କୁନ୍ତୀ
ଦେଇଗଲେ ଶାସ୍ତ୍ର ବାଣୀ ।

ଗଣତନ୍ତ୍ର ଶାସନ ଦେଲା
ନାରୀ ଙ୍କୁ ସମ୍ମାନ
ଧାରା,୧୪,୧୫,୧୬,୧୯,୨୨ ରେ
ନାରୀ ପାଇଲା ଅଧିକାର
ଧାରା୩୯,୪୨,ରେ
ନାରୀ ର ମର୍ଯ୍ୟାଦା ରକ୍ଷା କଲା
୭୩/୭୪ ତମ ସମ୍ମିଧାନ ସଂଶୋଧନ
ଦେଲା ପଞ୍ଚାୟତ ରେ ନାରୀ କୁ
ପଚାଶ ଶତକଡା ସଂରକ୍ଷଣ ।

ସ୍ୱାଧୀନ ଭାରତ ତିଆରି କଲା
ବିବାହ ଆଇନ,ସୁରକ୍ଷା ଆଇନ
ପରିବାର ଅଦାଲତ ଆଇନ
ମହିଳା ମଣ୍ଡଳ, ମହିଳା ସମିତି
ଆତ୍ମସହାୟତା ଗୋଷ୍ଠୀ
ମହିଳା ଙ୍କୁ କଲା ସମୃଦ୍ଧି
ନାରୀ ପାଇଁ ହେଲା ବିଦ୍ୟାଳୟ
ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ
ହୋଇଗଲେ ଉଚ୍ଚଶିକ୍ଷିତା
ନାରୀ ସଶକ୍ତିକରଣ ଦେଲା
ଗରିବ ଅସହାୟା ଙ୍କୁ ଆଇନ ସହାୟତା ।
         🙏🙏🙏🙏

ସୁଶ୍ରୀ ମନ୍ଦାକିନୀ ପାଢୀ
ପଦ୍ମପୁର
ଜିଲ୍ଲା:- ବରଗଡ଼
ପିନ୍  :-୭୬୮୦୩୬