ନାରୀ ସଶକ୍ତିକରଣ
----------------------------------
ନାରୀ ଅଟେ ଜନନୀ ନାରୀ ଅଟେ ଭଗିନୀ
ନାରୀ ସର୍ବ ଶକ୍ତି ଦେବୀ ରୁପି ନାରାୟଣୀ,
କରୁଣା ଦାୟିନୀ ସିଏ ପ୍ରମ ପ୍ରଦାୟିନୀ
ବିଶ୍ଵାସ ଭରସା ସିଏ ବିଘ୍ନତା ନାସିନୀ ।।୧।।
ନାରୀ ଆଜି ସୃଦୃଢ଼ ହୋଇଛି ସକ୍ଷମ ହୋଇଛି
ଦେଶ ବିଦେଶରେ ସୁନାମ ଅର୍ଜନ କରିଛ,
ନାରୀ ଆଜି ସାଂସଦ, ସରପଞ୍ଚ ହୋଇଛି
ଜନତାଙ୍କ ସେବାରେ ନିଜକୁ ସମର୍ପଣ କରିଛି ।।୨।।
ଯେତେ ଝଡ଼ଝଞ୍ଜା ଆସୁ ସେ ସବୁ ସହିନୀଏ
ନିଜେ କାନ୍ଦୁ ଥାଏ ସିନା ସେ ଅନ୍ୟକୁ ହସାଏ,
ସଫଳ ପୁରୁଷ ପଛରେ ନାରୀର ହାତ ଥାଏ
ଅନ୍ଧାରେ ଥାଏ ସେ ଅନ୍ୟକୁ ଆଲୋକ ଦେଖାଏ ।।୩।।
ଆଜିକୁ ୭୪ ବର୍ଷ ବିତି ଯାଇଛି ସ୍ଵାଧୀନତା
ମୋ ଦେଶେ ଆଜି ବି ଅଛି ନାରୀ ପରାଧିନତା,
ଏବେ ବି ପାଏ ନିର୍ଯ୍ୟାତନା ଅସନ ମାନତା
ଏବେ ବି ଦୁନିଆରେ ଚାଲିଛି କନ୍ୟା ଭୃଣ ହତ୍ୟା।।୪।।
କେବେ ତୁମେ ଦଶ ଅବତାର ଧରି ଆସିବ
ଅଧର୍ମୀ ଅତ୍ୟାଚାରୀଙ୍କ ନୀଧନ କରିବ,
ଆଉ କେତେ ଦିନ ଦୁଃଖ ଜନ୍ତ୍ରଣା ସହିବ
ତମେ ଚାହିଁଲେ ସମାଜରୁ ପାପ ନାମ ହବ ।।୫।।
ଯୁଗେ ଯୁଗେ ତମେ ଧରିଛ ଅବତାର
ପାପ ନାସକରି ସମାଜକୁ ଦେଇଛ ସଂସ୍କାର,
ତମେ ଅଟ ମାତା ସ୍ନେହର ଭଣ୍ଡାର
ତମକୁ ମୋର କୋଟି କୋଟି ନମସ୍କାର ।।୬।
----------***-----------***---------
ଜଗମୋହନ ପ୍ରଧାନ
ବଡ଼ଚଣା, ଯାଜପୁର
ମୋ- ୫୨୪୯୦୮୫୦୪୮
0 Comments