**ନାରୀ ସଶକ୍ତିକରଣ**
ଉତଭାସିତ ହେଲା ନବ ଜାଗରଣେ
ଆଜିକା ଶକ୍ତିମୟୀ ନାରୀସେ ଜନନୀ
ମିଳିଲା ଅଧିକାର ସମ୍ମାନ ପାଇଲା
ଉଚିତ ନ୍ୟାୟ ପାଏ ସେ ଭଉଣୀ।

କାହିଁ କେତେ କାଲୁ ଊନବିଂଶ ଶତାବ୍ଦୀରେ ଆରମ୍ଭହେଳା ନୂତନ ଚଳନ
ସତୀଦାହ ପ୍ରଥା ଉଚ୍ଛେଦକୁ କରି ସମର୍ଥନ
ଜାଗ୍ରତ ହେଲା  ଉନ୍ନତ ନାରୀଙ୍କ ଜାଗରଣ।

ଦିନ ଥିଲା ତାକୁ ମିଳୁ ନ ଥିଲା ଅଧିକାର
ଏବେ ସେ ଆକାଶେ ପାତାଳରେ ପୁଣି
ପୁରୁଷ ସହିତ କାନ୍ଧ ମିଳାଇ ଚାଲୁଛି
ସରକାର ଦେଲେଣୀ  ତାକୁ ଯେ ସ୍ବୀକାର।

 ଦେଶ ସେବା ପାଇଁ ମଧ୍ୟ ସେ ଆଗୁଆ 
ଖେଳକୁଦ ରେ ମୋ ଭାରତୀୟ ନାରୀ
ଦିଅନ୍ତି ନି କେବେ ପଛଘୁଛିଆ।

ନାରୀ ଶିକ୍ଷିତ ହେଲେ ପୁରା ପରିବାର ଶିକ୍ଷିତ ହେବେ
ଦୁନିଆଁରେ ସବୁ ନାରୀ ଶିକ୍ଷିତହେଲେ 
ଆଉ ଅଶିକ୍ଷିତ କେହି ନ ରହିବେ।

ସଶକ୍ତିକରଣ ଆତ୍ମ ନିର୍ଭରଶୀଳ
ଗଢ଼ି ତୋଲିବାର ଆମର ଲକ୍ଷ୍ୟ
ନୁହେଁ ସେ ଅବଳା କି ସେ ଦୁର୍ବଳା
ଆମ ମାନଙ୍କ ମଧ୍ୟରେ ନାରୀ ସେ   ଭିନ୍ନ ଏକ।


ସରସ୍ବତୀ ସାଲିମା
ସମ୍ବଲପୁର