ନାରୀ ସଶକ୍ତିକରଣ
------------
ନୁହେଁ ନାରୀ ଅବଳା କି ଦୁର୍ବଳା,
ନାରୀ ସିଏ ଦେବୀ କମଳା।।
ସୌଭାଗ୍ଯ ର ଦେବୀ ସିଏ,
ଭାଗ୍ୟକୁ ବଦଳାଇ ଦିଏ।।
ଦଶଭୁଜା ଶକ୍ତି ଘେନି,
ସ୍ନେହେ ଭରା ତା ପଣତ କାନି ।।
ପ୍ରକୃତି ଉତ୍ପତ୍ତି ର ସତ୍ତ୍ୱା,
ପୁରୁଷ ଙ୍କ ସମକକ୍ଷା ।।
ଜାୟା ଜନନୀ ଭଗିନୀ ର ରୂପ ଧରି,
ସମାଜ କୁ କରେ ପାରି ।।
ଲଡେ ନାହିଁ ଗୁଳି କମାଣ
ଘର ପରିବାରର ରଖେ ଧ୍ୟାନ ।।
ସକଳ ଶକ୍ତି ସଞ୍ଚାରି ମନେ,
କିନ୍ତୁ କାହିଁକି ଝଡେ ସେ ଅକାଳେ ଦିନେ ??
ସବୁ ଅସ୍ତ୍ରଶସ୍ତ୍ରେ ସେହି ଭୂଷିତା,
ଭରଷା ପାଇଲେ ଜଗତଜିତା।।
ଭରଷା ବିଶ୍ବାସ ପ୍ରକୃତ ବଳ,
କରନାହିଁ କେବେ ତାକୁ ଦୁର୍ବଳ ।।
ନାରୀ ଆଜି ଠିଆ ଦେଶ ରକ୍ଷା ପାଇଁ,
ଆଜି ମୋ ଦେଶ ଉନ୍ନତ ନାରୀଜାତି ପାଇଁ ।।
---------------
ଭବାନୀ ରାଜୁ,
ଜିଲ୍ଲା -ରାୟଗଡା ।
0 Comments