ନାରୀ ଅଟେ ଜାୟା ଭଗିନୀ ଜନନୀ
ନାରୀ ପୁଣି ପୁଣ୍ୟତୟା
ନାରୀ ପୁଣି ଜନ୍ମି କନ୍ୟା ରୂପରେ
ପୁରା କରେ ସୃଷ୍ଟି ମାୟା।।
ପ୍ରକୃତି ଗର୍ଭରୁ ନାରୀ ଜନ୍ମ ଲଭୀ
ରଚିଲା ସାରା ସଂସାର
ନାରୀ ପୁରୁଷଙ୍କୁ ଏକ କାର କରି
ବୋହିଲା ସଂସାର ଭାର।।
ଯୁଗେ ଯୁଗେ ନାରୀ ପୁରୁଷ ଆଖିରେ
ମନଲୋଭା ବସ୍ତୁ ଟିଏ
ଅତ୍ୟାଚାର ଆଉ ଲାଞ୍ଛନା କୁ ସହି
ଶୁଭ ସେ ମନାସି ଥାଏ।।
ସବୁ ପୁରୁଷର ମା ଦରକାର 
ଦରକାର ଅଛି ସ୍ତ୍ରୀ
ଦରକାର ନାହିଁ ଝିଅ ଟିଏ ଖାଲି
ଝିଅ ଟିକୁ ଛି ଛି।।
ମାଆର ଗରଭୁ କନ୍ୟା ଅତ୍ୟାଚାର
ଅତ୍ୟାଚାର ପୁଣି ଶେଷ ଯାଏ
ବାପା ଘର ଅବା ଶାଶୁ ଘର ହେଉ
ଝିଅ ସୁରକ୍ଷିତ କାହିଁ ନୁହେଁ।।
ନାରୀ ହସୁଥିଲେ ଦେବତା ହସନ୍ତି
ଘର ହୁଏ ସ୍ୱର୍ଗପୁର
ଧନ ଜନ ଅବା ସୁଖ ବୈଭବରେ
ରହିବନି କେବେ ଦୂର।।
ନାରୀ ସ୍ବାଧୀନତା ନାରୀର ସୁରକ୍ଷା 
ପୁରୁଷର ଅଟେ ମୁଖ୍ୟ କର୍ମ
ଏକଥାକୁ ଯଦି ପୁରୁଷ ନ ବୁଝି
କରେ ତାଙ୍କୁ ସଦା ହୀନିମାନ।।
କର ନାହିଁ ଡେରି ଜାଗ ଆହେ ନାରୀ 
ରଣ ହୁଙ୍କାର ଦେଇ
ନିଜର ସୁରକ୍ଷା ପାଇଁ ନିଜ ଲଢ଼
ଦୟା ମାୟା ଛାଡ଼ି ତୁହି।।
ଆଧୁନିକ ଯୁଗେ ସର୍ବଦା ତୁ ଆଗେ
ଅଛୁ ତୁହି ପରା ନାରୀ
ପ୍ରତି କ୍ଷେତ୍ରେ ତୋର ଯଶ ଉଡୁଅଛି
କାହିଁ ଯାଉଛୁ ତୁ ଡରି।।
ଗାରିମା ଯାଗୁ ତୋ ସାରା ସଂସାରରେ
ମହିମା ହେଉ ତୋ ପ୍ରୋଜୋଳିତ
ନାରୀ ଅତ୍ୟାଚାର ହଉରେ ବିଲୀନ
ଜାଗରଣ  ତୁମ ହେଉ ଶକ୍ତ ।।

ସରୋଜିନୀ ମିଶ୍ର
ରାଜକନିକା,କେନ୍ଦ୍ରାପଡ଼ା