ନାରୀ ସଶକ୍ତିକରଣ 

ସର୍ବଶକ୍ତି ଧାତ୍ରୀ         ମଙ୍ଗଳ କାମିନୀ
      ଅଟୁ ତୁ ସଂସାରେ ଶ୍ରେଷ୍ଠ l
ଜଗତ ଜନନୀ         ସ୍ନେହ  ପ୍ରଦାୟିନୀ
      ତୁହିପରା ଜଗତ ମାତ ll
ଜଗତ କଲ୍ୟାଣୀ         ମହିଷା ମର୍ଦ୍ଧିନୀ
       ସଂସାର ପାଳୁ ତୁ ନିତ୍ୟ l
ବିପଦ ନାଶିନୀ         ଅମୃତ ଦାୟିନୀ
            ଚିରନ୍ତନ ତୁହି ସତ୍ୟ ll   
ସରଳ ହୃଦୟ              ନରମି ଯାଇଛି
          କାହିଁକି ହୋଇଛୁ କ୍ଲାନ୍ତ l
ଆଜି  କାହିଁ ପାଇଁ           ନିଜକୁ ମଣୁଛୁ
         ବିଶ୍ୱରେ ତୁ ଏକା ତୁଚ୍ଛ ll
ଏସାରା ଜଗତ         ତ ଠାରୁ ଗଠିତ
       ତାଙ୍କ ଉପହାସେ ତୁ ଚକିତl
କୋଳରେ ଧରିଛୁ         ପାଳନ କରିଛୁ
           କିମ୍ପା ତୋର ମନସ୍ତାପ ll
ଅତୀତରୁ  ଅଧୁନା        ତୋର ଜାତି ବଡ    
         ଜଗତେ ଅଛି  ବର୍ଣ୍ଣନା l
ଇତିହାସ ଧରି             ଆଗକୁ ବିଚାର
        ନିଜକୁ ନକରି ଘୃଣା ll
ପ୍ରଭୁ ରାମ ଚନ୍ଦ୍ର         ତନାମ ଧାଇଲେ
       ଶେଷେ ରାବଣ ବଦ୍ଧିଲେ l
ଦୁର୍ଗା ରୂପ ଧରି             ମହିଷା ମର୍ଦ୍ଧିଲୁ
       ଜଗତ ରକ୍ଷା ହୋଇଲା ll
ରାଣୀ ଲକ୍ଷ୍ମୀବାଈ         ସାଜି  ମହାମାୟୀ
        ଫିରିଙ୍ଗିକୁ ଶିକ୍ଷା ଦେଲେ   l
ବିଶ୍ଵେ ବଳିୟାନ              ଅଟୁ ସ୍ୱାଭିମାନ
        ନୁହେଁ ଅବଳା ଦୁର୍ବଳା l
ସର୍ବଦା ଚପଳା                 ଅଟୁ ତୁ କୁନ୍ତଳା
       ଅନ୍ୟାୟ ବିରୁଦ୍ଧେ ଅସ୍ତ୍ର ଚଳା ll
ନାରୀ ମହିୟସୀ           ଏକତାକୁ ଭଜି
       ନିଜକୁ କର ତୁ ରକ୍ଷା ll
ଅହିଁସା ଆବରି             ସ୍ୱାର୍ଥକୁ ହଜାଇ
       ଜୀବନକୁ ରଖ ବାଜି l
ଆସୁ ଯେତେ ଝଡ଼      ବିପଦ ତୋଫାନ
       ମାରିବୁ ତୁ ନିଶ୍ଚେ ବାଜି ll
               
ନାମ :କାମାକ୍ଷା ପ୍ରସାଦ ସାମଲ
ଗାଁ :-ନୂଆ
ପୋ ଅ :ଠୋକର
ଢେଙ୍କାନାଳ
ମୋବଇଲ :-7735751752