ନାରୀ ସଶକ୍ତିକରଣ
ନାରୀ ମୁଁ ଅଟଇ
ଅବଳା ନୁହଁଇ ଦୁର୍ବଳା ନୁହଁଇ ।
ସର୍ବ କ୍ଷେତ୍ରେ ବିଦ୍ୟମାନ
ନାରୀ ମୁଁ ଅଟଇ...।।
ଯୋଉଠି ବି ଛାଡ ଆଗ ହେବି ମୁଇଁ
ପଛରେ ପକାଇ ସଭିଙ୍କୁ ।
ଦେଖିଅଛ ମୋର ସାଢ଼ୀ ପିନ୍ଧା ଆଉ
ଅଳତା ବୋଳା ମୋ ପାଦକୁ ।।
ଦେଖିବାକୁ ଚାହଁ ଯଦି ମୋର ରୂପ
ସୁଯୋଗ ଦିଅ ଯେ ଥରେ ।
ମା' ହେବା ଠାରୁ ଅଧିକ ଆଗରେ
ସମସ୍ତଙ୍କ ସଙ୍ଗେ ଲଢ଼େ ।।
କବାଟ ଫାଙ୍କରେ ଚାହିଁବାକୁ ମୋତେ
ନଥାଏ ଯେ ଅନୁମତି ।
ସବୁବେଳେ ଖାଲି ନଇଁ,ନଇଁ ଚାଲି
ଲଜ୍ଜା କୁ ରଖେ ସାଇତି ।।
ମାଟିର କଳସ ନୁହେଁ ମୁଁ ଯେ ଜମା
ଜଳ ଭରି ଭାଙ୍ଗି ଦେବ ।
କାଚର ପିତୁଳା ପରି ନୁହେଁ ମୁଁ
ସମସ୍ତଙ୍କୁ ଖେଳାଇବ ।।
ହେ ନାରୀ ତୁ ଯେ ଅନନ୍ତ ଅପାର
ଅଭିମାନ ତୋର ନାହିଁ ।
କେତେ ଗୁଣ ଆଉ ରୁପର ଭଣ୍ଡାର
ସାନିଧ୍ୟରେ ଯାଉ ବହି ।।
ଯାହାବି ଦେଖିଛ ବହୁତ ଆଗରୁ
ଶାଢ଼ୀରେ ଲୁଚାଇ ତନ ।
ସମସ୍ତେ ତାକୁ ଯେ ଦୁର୍ଲକ୍ଷ କରନ୍ତି
ବୁଝନ୍ତି ନାହିଁ ତା ମନ ।।
ଜନମ ଠାରୁ ଯେ ମରଣ ପର୍ଯ୍ୟନ୍ତ
ଅନ୍ୟ ପାଇଁ ଜିଇଁ ଥାଏ ।
ନିଜକୁ କନ୍ଦାଇ ଅନ୍ୟକୁ ହସାଏ
ମହିମା ର ଗୁଣ ଗାଏ ।।
କେବେ ତୁ ବୁଝିବୁ ସବଳା ଯେ ତୁ
ସମସ୍ୟାର ସମାଧାନ ।
ନିଜ ପାଇଁ କେବେ ଲଢିବା ଶିଖିବୁ
ରଖିବୁ ତୋହର ମାନ ।।
ନାରୀ ତ ଅଟଇ ସମାଜର ମାନ
ଆକାଶର ଛାୟା ପରି ।
ଏମିତି ତାକୁ ଯେ ସମ୍ମାନ ଟି ଦେବା
କେହି ହେବେ ନାହିଁ ତା ସରି ।।
ମଧୁସ୍ମିତା ନାୟକ
ମଣିଆ, ଟାଙ୍ଗୀ, କଟକ
ଫୋନ - 9960996403
0 Comments