ନାରୀ ନୁହେଁ କେବେ ଅବଳା ଦୁର୍ବଳା
ନାରୀ ଅଟେ ନିଆଁ ଆଗ୍ନେୟର ଜ୍ଜାଳା ।
ନାରୀ ତୁମେ ଯୁଗ ସୃଷ୍ଟିର ଆଧାର
ତୁମେ ଧାର ପୁଣି ସୃଷ୍ଟି ବିଲୟର ।
ଜନନୀ,ଭଗିନୀ,ଜାୟା ତିନି ରୂପରେ
ସଭିଙ୍କୁ ପାଳୁଛ ତୁମେ ଏ ସଂସାରରେ ।
ଯୁଗେ ଯୁଗେ ଅଛି ଇତିହାସ ସାକ୍ଷୀ
ଆମର ସ୍ଵର୍ଣ୍ଣିମ ଅକ୍ଷରରେ ଲେଖି ।
ସିତା ,ସାବିତ୍ରୀ ଓ ଯାଜ୍ଞସେନୀ ଠାରୁ
ଗାର୍ଗି,ମୈତ୍ରୀ,ଲୋପା,ମଦାଳସା ଯାଏ
ରନ୍ଧନ ଶାଳରୁ ,ବେଦମନ୍ତ୍ର ଯାଏ
ନୃତ୍ୟ ମଣ୍ଡପରୁ ,ରଣଭୂମି ଯାଏ ।
ଯୁଗେ ଯୁଗେ ତୁମେ ବିସ୍ତାରିଛି କାୟା
ସ୍ବୟଂ ଆଭବିର୍ଭୁତା ମାଁ ଯୋଗମାୟା ।
ବାହାରି ଆସ ହେ ନାରୀ ସମାଜ
କୁପମଣ୍ଡୁକତା କରତୁମେ ତେଜ୍ୟ ।
ଲଜ୍ୟା କୁ ତୁମର ଗଣ୍ଠୁଲିରେ ବାନ୍ଧି
ରନ୍ଧନ ଶାଳାରେ ହୁଅନାହିଁ ବନ୍ଦି ।
ଅନ୍ଧବିଶ୍ୱାସର ଶିକୁଳି ଛିଣ୍ଡାଇ
ବିଶ୍ବାସ ଆକାଶେ ଉଡତୁମେ ଯାଇ ।
ଅନ୍ୟାୟ ବିରୁଦ୍ଧେ ନ ହୋଇ ସୁପ୍ତ
ପ୍ରତିବାଦେ ତୁମେ କର ସ୍ବର ଦୃପ୍ତ ।
ନାରୀ ନୁହେଁ କେବେ କାହାର କ୍ରୀଡନ
ନାରୀ ପାଇଁ ଲଙ୍କା ରାବଣ ନିଧନ ।
ନମଣି ନିଜକୁ କେବେ ନିର୍ଯ୍ୟାତିତା
ତୁମେ ହିଁ ତ ଅଟ ଝାନ୍ସିର ଦୁହିତା ।
ହସ୍ତରେ ତୁମର ଖଡ୍ଗକୁ ଧରି
ବୁହାଅ ଧରାରେ ରକ୍ତର ବାରି ।
କଲମ ମୁନରେ ଦୁଆତକୁ ଭରି
ଚଲାଅ ଦେଶର ମାନ ଦଣ୍ଡ ଧରି ।
ଉଠ ଉଠ ମୋର ଝାନ୍ସିର ରାଣୀ
ସ୍ବାଭିମାନ ତୁମ ହାତ ଠାରିଲାଣି ।
ଯାଗ ଯାଗ ମୋର ବୀର ପ୍ରସବିନୀ
ଅଧିକାର ତୁମ ତଣ୍ଟି ଶୁଖିଲାଣୀ ।
ମୁଣ୍ଡରୁ କାଢି ତୋ ପଣତରେ କାନି
ନିଜ ହାତେ ଲେଖ ନିଜର କାହାଣୀ ।
ରଞ୍ଜନ ନାଏକ
ଜଗନ୍ନାଥ ପ୍ରସାଦ, ନାକଟିଦେଉଳ,
ରେଢ଼ାଖୋଲ,ସମ୍ବଲପୁର
ମୋ-୮୧୧୪୯୯୮୩୧୧
0 Comments