ନାରୀ ସଶକ୍ତିକରଣ

ସମଗ୍ର ସୃଷ୍ଟି ର ଆଦ୍ୟ ଓଁକାର
ଆଜି ତ୍ରାହି ତ୍ରାହି ଡାକ ଛାଡ଼ୁଛି,
ଝିଅ ହେବ ଯଦି ଜଣା ପଡ଼ିଯାଏ
ଭୃଣ ହତ୍ୟା ଏଠି ହେଉଛି। 
ଜନ୍ମ ହେବା ପରେ ,
ଶିଶୁ କନ୍ୟା ଟିଏ 
ଅଳିଆ ଗଦାରେ ମରୁଛି....
ବଞ୍ଚି ରହି ଯଦି ବଡ଼ ହୋଇଯାଏ
ଭୟରେ ଜୀବନ କାଟୁଛି।
ଦୁନିଆରେ ଏବେ ରାକ୍ଷସ ଙ୍କ ସଂଖ୍ୟା
ହୁ ହୁ ହୋଇ ବଢୁଛି,
ଦୁଷ୍କର୍ମ ଓ ହତ୍ୟା ଘଟଣା ସବୁ ଦିନରାତି ଖାଲି ଘଟୁଛି....
ଏସିଡ ପୀଡିତା କି ଦୁଃଖରେ ବଞ୍ଚେ 
ସେ କଥା ବା କିଏ ଭାବୁଛି।
ନ୍ୟାୟ ନପାଇ ଅନେକ ପୀଡ଼ିତା
ଆତ୍ମହତ୍ୟା ଏଠି କରୁଛି,
ବିନାଦୋଷ ରେ ମୁହୂର୍ତ୍ତକ ରେ 
ନିଜ ଜୀବନ କୁ ସାରି ଦେଉଛି।
ସତରେ କଣ ସମାଜ ଆମର
ଅଭିଶପ୍ତ ହୋଇ ଯାଇଛି
ଶିକ୍ଷିତଙ୍କ ସଂଖ୍ୟା ବଢ଼ୁଥିଲେ ବି 
କୁକାର୍ଯ୍ୟ ର ମାତ୍ରା ବଢିଛି,
ଶହ ଶହ ନାରୀ ନିର୍ଯ୍ୟାତନା ପାଏ
ଘଟଣା ସବୁକୁ ଚପାଇ ଦିଆଯାଏ 
ଅପରାଧୀ ଏଠି କଲର ଟେକି
ବଜାର ହାଟ ରେ ବୁଲୁଛି,
ଦୁଃଖିନୀଙ୍କ ଦୁଃଖ ଲେଖିବା ପାଇଁ 
କଲମ ବି ଦୁଃଖ କରୁଛି,
ସଚେତନ ହେବାର ସମୟ ଆସିଛି,
ନାରୀ ହିଁ ନାରୀକୁ ସୁରକ୍ଷା ଦେବ 
ସମାଜ, ନାରୀ ସଶକ୍ତିକରଣ ଲୋଡୁଛି.. 
ଆଜି ପରିବର୍ତ୍ତନ ର ସମୟ ଆସିଛି।
ନାରୀ ହିଁ ନାରୀକୁ ସୁରକ୍ଷା ଦେବ 
ସମାଜ, ନାରୀ ସଶକ୍ତିକରଣ ଲୋଡୁଛି.. 


ଲେଖକ : ସରୋଜ ମହାପାତ୍ର
ଠିକଣା : ଗ୍ରାମ -ଯଶୋବନ୍ତ ପୁର
ଜିଲ୍ଲା/ପୋଷ୍ଟ  -ଜଗତସିଂହପୁର