ନାରୀ ସିଏ ଶକ୍ତି ସ୍ୱରୂପିଣୀ.

ସ୍ରଷ୍ଟାଙ୍କ ସୃଷ୍ଟି ସେ,
ସୃଷ୍ଟି କରିବାକୁ.....
ନୂଆ ଏକ ସମ୍ଭାବନା... ll

ସ୍ନେହର ସ୍ୱରୂପେ,
ସଂଚାର କରେ ସେ...
ନୂଆ ଏକ ଉଦ୍ଦୀପନା..... ll

ଶକ୍ତି ସ୍ୱରୂପିଣୀ,
ମା ଦୁର୍ଗା ଙ୍କ ଛବିକୁ
ନୀତି ପୁଷ୍ପ କରୁ ଅର୍ପଣ.... ll

ସେଇ ଶକ୍ତି ସାଜି,
ନାରୀ ଲଢ଼ିବାକୁ ଗଲେ
ତା ପାଇଁ କେବଳ ପ୍ରଶ୍ନବାଣ.... ll

ବକ୍ଷ ରୁ ଝରାଇ
ଅମୃତ ର ଧାରା
ଗଢିଛି ସେ ଶରୀରକୁ..... ll

ନିୟମ ଜାଲରେ
ବାନ୍ଧି ଦେଇ କାହିଁ
ଟାଣୁ ସୀମା ଭିତରକୁ..... ll

ତୋ ସ୍ବପ୍ନ କୁ ଯିଏ
ଡେଣା ଆଣି ଦିଏ
ଉଡିବା ବି ତାକୁ ଜଣା..... ll

ନୀତି ଯିଏ କଷେ
ଘରର ଗଣିତ
ଦୁନିଆ ଅଙ୍କ କି
ତାକୁ ଅଜଣା..... ll

ନାରୀ ସିଏ, ଶକ୍ତି ସ୍ୱରୂପିଣୀ
ନୁହେଁ ସିଏ ଅବଳା...
ନୁହେଁ ସିଏ ଦୁର୍ବଳା... ll


ଇଲା କାନୁନଗୋ
ଜିଲ୍ଲା - ଜଗତସିଂହପୁର
ଫୋନ୍ - ୭୪୯୦୯୫୫୯୯୬