କୃଷକ
ଖାତିର୍ ନାଇଁ କରେ ଖରା ବର୍ ଷା
କେଁ ଶୀତ୍ କାଁକର୍ ଜାଡ୍,
ଭୁଲି ଯାଏସି ଭୋକ୍ ଶୋଷ୍ ସବୁ
ସହେସି କରାପଥର୍ ମାଡ୍ ।।
ଦିନ୍ ଯାଏ କଟି ବିଲେ ବାଡି ଖଟି
ଘରେ ପରିବାର୍ ଜଂଜାଲ୍,
ଜଗତର୍ ହିତ୍ ଲାଗି ଚାଷ୍ କରୁଥିସି
ଟୁଁଡେ ମାରି ମୁଡର୍ ଝାଲ୍ ।।
ପଥର୍ କରିଛେ ଦିହିଁଟାକେ ତାର୍
ଦୁଃଖ୍ ଜଂଜାଲ୍ ସବୁ ସହି,
ହାଡ୍ ଭାଙ୍ଗି କ୍ଷେତେ ଖଟୁଥିସି ନିତି
ଆଁଖିର୍ ପାଏନ୍ ପିଇ ପିଇ ।।
ସକାଳ୍ ପାଏଲେ ଲାଲିଚାହା ଢୁକେ
ତାର୍ ସଙ୍ଗେ ସୁଖା ମୁରି ,
ଥିର୍ ସର୍ ସରା ବାସିମୁଠେ ହେଲେ
ମନ୍ ଯାଏସି ତାର୍ ଭରି ।।
କ୍ଷେତ୍ କେ ଧାଏଁସି ହଲ୍ ନଙ୍ଗଲ୍ ଧରି
ଡାକ୍ ଲେ ପହିଲ୍ କୁକୁରା ,
ଶିକାର୍ ଫୁଟେ ଦିହେଁ ନାଇଁ ନ ତାର୍
ବାରି ହେଲାନ ହାଡ୍ ପଂଜ୍ ରା ।।
ଦିହିଁର୍ ରକତ୍ କେ କରିଛେ ପାଏନ୍
କ୍ଷେତେ ଖଲେ କବାର୍ କରି ,
ହଲ୍ ନଙ୍ଗଲର୍ ସାଙ୍ଗ୍ ନି ଛାଡେ କେଭେ
ତାର୍ ଜୀବ୍ ନେ ସୁଖ୍ ଯାଇଛେ ମରି ।।
ଖାଏଦ ଯୁଗୋଉଛେ ଇ ଜଗତ୍ କେ
ନିଜେ ରହିକରି ଭୁକେ,
ତପ୍ ଲା ଭାତ,ରୁଟି, ପୁରି ଲୋକ୍ ଖାଏଲା
ନିଜେ ପିଇସି ବାସି ଥିର୍ ଢୁକେ ।।
ପରିବାର୍ ଜଂଜାଲ୍ ସଙ୍ଗେ ଋଣ୍ ଭାର୍
ସୁଖ ନେଇଛେ ତାର୍ ଛଡେଇ,
ମରୁଡି ହେଲେ ତାର୍ ଜୀବନ୍ କେ
ଆର୍ ଟିକେ ଦେସି କନ୍ଦେଇ ।।
ଚାଷୀର୍ ଲୁହେଝାଲେ ଭିଜିକର୍ ଇ ମାଁଟି
ଫଲେଇ ଦେସି ସୁନାର୍ ଫସଲ୍,
ରକତ୍ କେ ପାଏନ୍ କରି ଚାଷୀଭାଇ
କର୍ ସି ଜଗତର୍ ହିତ୍ ମଙ୍ଗଲ୍ ।।
ଚାଷୀ କହେସି ଶୁନ୍ ବାବୁର୍ ମାଆଁ
ହେଲେ ଭଲ୍ ପାଏନ୍ ବର୍ ଷା,
ଋଣ୍ ସୁଝିଦେମା ମହାଜନ୍ ବୁଢାର୍
ହେଲେ ହାତେ ଦୁଇ ପଏସା ।।
***************************
ଜିତେନ୍ଦ୍ର ପାଣ୍ଡେ ,ବାଗଉଡାର
ବେଲପଡା,ବଲାଙ୍ଗିର
ମୋ- ୬୩୭୦୯୭୯୬୪୧
0 Comments