କୃଷକ
====================
ହଳକାମ ପାଇଁ ଚାଷୀ ତରତର
କ୍ଷେତବିଲ ତା' ଜୀବନ....
ଅମଳ କରିବ ସୁନାର ଫସଲ
କଷ୍ଟରେ ବିତଇ ଦିନ...।୧।
ବରଷା ଋତୁଟି ମଙ୍ଗଳକାରୀ ଯେ
ସମସ୍ତଙ୍କ ପାଇଁ ହିତ....
ସବୁଜ ସୁନ୍ଦର ଦେଖାଯାଏ ମହୀ
ଉଡଇ ସବୁଜ ନେତ....।୨।
ବାଡି଼ବଗିଚାରେ ଫୁଲଫଳ ଭରା
ସରବେ ହୁଅନ୍ତି ଖୁସି....
ସୁଖର ପସରା ମେଲାଇ ଦେଇଛି
ସର୍ବେ ହ୍ୱନ୍ତି ଖୁସି ବେଶୀ....।୩।
ସଭିଙ୍କ ମୁଖରେ ଖାଦ୍ୟ ଦେଉଥାଏ
ଚାଷୀଭାଇ ଅହରହ...
କେତେ ଉପକାର କରୁଥାଏ ନିତି
ପାଇଅଛି ଶ୍ରମ ଦେହ....।୪।
ଘରଣୀ ତାହାର ଆଶାରଖିଅଛି
ଫଳିବ ସୁନା ଫସଲ....
ଫସଲକୁ ବିକି ଅର୍ଥ ରୋଜଗାର
ଏ ବର୍ଷ ହୋଇବ ଭଲ...।୫।
ଗହଣା ଗାଣ୍ଠିଆ କିଣିବ ଭଳିକି
ନାଇବ ଅତି ସରାଗେ...
ମନଦେଇ କାମ ସ୍ୱାମୀସଙ୍ଗେ କରେ
ହୋଇଣ ଅତି ଆବେଗେ...।୬।
ସବୁଦିନ ଭାଇ ସମାନ ଯାଏନି
ପ୍ରକୃତିର ଖେଳ ଭିନ୍ନ....
ଧୋଇ ଓ ମରୁଡି ହୋଇଲେ ଏଠାରେ
କି କରିବେ ଚାଷୀଗଣ...।୭।
ସହାୟତା ପାଇଁ ପ୍ରତିଶ୍ରୁତି ମିଳେ
ଫଳ ହୋଇଥାଏ ଶୂନ...
କୁଢ଼କୁଢ଼ ଆଶ୍ୱାସନା ମିଳେ ସତ
ବିଷ ସମ ଏ ଜୀବନ....।୮।
ଦୁନିଆକୁ ଯିଏ ଆହାର ଯୋଗାଏ
ପାଉଅଛି ସିଏ ଦୁଃଖ...
ଚାଷୀଭାଇ ଯଦି ଦୁଃଖ ପାଉଥାଏ
ଆମେ କି ପାଇବା ସୁଖ...? ।୯।
🙏🌷🌺🌹🙏🌺🌷🌹
*କବି-ରବି ପ୍ରଧାନ, ବାଣପୁର, ଖୋର୍ଦ୍ଧା*
0 Comments