★★★( ରାକ୍ଷୀ )★★★

ଈଶ୍ୱରଙ୍କର ସୁନ୍ଦର ଉପହାର
ମୋ ଭାଇ ରୂପରେ ପାଇ  ।
ଦୁନିଆର ସବୁ ଦୁଃଖ ଭୁଲିଗଲି
ତାହାରି ମୁହଁକୁ ଚାହିଁ  ।।

ସିଏ ମୋ ସକାଳ ସୂର୍ଯ୍ୟର କିରଣ
ସେ ସନ୍ଧ୍ୟାର ପୂଜା ଥାଳି  ।
ଭାଇର ସମାନ ନାହିଁ ସମତୁଲ୍ୟ
ପାରିବେନି କେହି ତୋଳି ।।

ଆଜିର ପବିତ୍ର ରକ୍ଷା ବନ୍ଧନରେ
ପ୍ରଭୁଙ୍କୁ ଗୁହାରି କରେଁ ।
ଭାଇକୁ ମହୋର ଆଶିଷ ଦିଅ ହେ
ଖୁସିରେ ରହୁ ସଂସାରେ  ।।

ସ୍ନେହ, ପ୍ରେମ, ପ୍ରୀତି ଭାବର ବନ୍ଧନ
ଏଇତ ସୁନ୍ଦର ଛବି  ।
ଭାଇ ପରା ସଦା ଭଉଣୀଙ୍କ ପାଇଁ
ଯେମିତି ଜଗତେ ରବି ।।

ସବୁ ଦୁଃଖ ସୁଖ ହୃଦୟ ମନ୍ଦିରେ
ସିଏ ସବୁ ସହି ଯାଏ  ।
ଭଉଣୀ ସୁଖରେ ସମର୍ପି ନିଜକୁ
ଦୁଃଖ ସବୁ ପିଇ ନିଏ  ।।

ଘରଠୁ ସୁଦୂର ଯେତେ ଦୂରେ ଥିଲେ
ରହିଥାଏ ଛାଇ ପରି ।
ମୋ ଭାଇ ମହୋର ସାହା ଓ ଭରଷା
କୁଶଳେ ରଖ ହେ ହରି  ।।

ଭାଇ ଭଉଣୀର ବନ୍ଧନ ଏମିତି
ଅତୁଟ ସଦା ଜଗତେ ।
ରକ୍ଷା ବନ୍ଧନର ଏଇତ ମହତ୍ତ୍ୱ
ଭାଇ ଚଢ଼ୁ ସୁନା ରଥେ  ।।

ଆଶିଷ କୁମାର ବାରିକ
ସିହିନୀ ବେଳପଡ଼ ବଲାଙ୍ଗୀର
9938330874 / 9438051786