------- ରାକ୍ଷୀ -------
ରାକ୍ଷୀର ବନ୍ଧନ ରକ୍ଷାର କାରଣ
ଏ ପ୍ରେମ ଯୁଗ ଯୁଗକୁ
ଆଷାଢ ପୂର୍ଣ୍ଣିମି ଆସିତ ଗଲାଣି
ଗହ୍ମା ପୁନେଇଁ ନାମକୁ ।
ଦ୍ବାପର ଯୁଗରେ କୃଷ୍ଣଙ୍କ ହାତରେ
ଦ୍ରୈପଦି ବାନ୍ଧିଲେ ରାକ୍ଷୀ
ସେଥିପାଇଁ ହରି କୋଟି ବସ୍ତ୍ର ଧରି
ମାନ ଉଦ୍ଧିରିଲେ କ୍ଷଣି ।
ବିଷ୍ଣୁପାଟରାଣି ଲକ୍ଷ୍ମୀ ଠାକୁରାଣି
ବାନ୍ଧିଣ ବଳି କୁ ରାକ୍ଷି
ରସାତଳଗାମୀ ବିଷ୍ଣୁଙ୍କୁ ଉଦ୍ଧାରି
କରିଣ ରାକ୍ଷୀ କୁ ସାକ୍ଷି ।
ସ୍ବୟଂ ଯେ ଅନନ୍ତ ଜେଷ୍ଠ ବଳଭଦ୍ର
ରୋହିଣି ଗର୍ଭ ନନ୍ଦନ
ଗୋପ ପୁରେ ଜନ୍ମି ଶ୍ରାବଣ ପୂର୍ଣ୍ଣିମି
ତିଥି ଏ ରକ୍ଷାବନ୍ଧନ ।
କଣ୍ଣାବତି ରାଣୀ ରାଜ୍ୟ ରକ୍ଷା ପାଇଁ
କଲେ ରାକ୍ଷୀ ପ୍ରଚଳନ
ପ୍ରେରିତ ରାକ୍ଷୀ ର ମାନକୁ ରକ୍ଷିଣ
ଚିତ୍ତୋର ଗଡ ଦେଇଣ ।
ଅତିତ ସ୍ମୃତି କୁ ସାକ୍ଷି ରକ୍ଷିବାକୁ
ଭଉଣୀ ବାନ୍ଧଇ ରାକ୍ଷୀ
ଭାଇର ମଙ୍ଗଳ କାମନା କରିଣ
ରାକ୍ଷୀ ହୋଇଥାଏ ସାକ୍ଷି ।
ହିନ୍ଦୁ ଧର୍ମ କଥା ମନେରଖିଥିବା
ପ୍ରେମ ର ପ୍ରଣତି ଧରି
ରାକ୍ଷୀହୁଏ ସାକ୍ଷି ସୁଖ ଦୁଖଃ ସାଥି
ଆସ ଆସ ବାନ୍ଧ ରାକ୍ଷୀ ।
ଦେବାଶିଷ ସାହୁ
କଟକ
0 Comments