:: କାର୍ଗିଲ୍ ବିଜୟ ଦିବସ ::
                   
ହେ ମୋ ଦେଶର ବୀର
ଜବାନ ତମ ପାଇଁ ଆମେ
ରାତିରେ ଶୋଉଛୁ ଆରାମ ନିଦରେ।
ତମ ମାନଙ୍କ ଜୀବନ ର 
ଅମୂଲ୍ୟ ବରଦାନ ବଦଳରେ
ସେ ସ୍ବାର୍ଥପର ପାକିସ୍ତାନି ସେନା
ର ଦାରୁଣ ଦୁଃଖ ଓ ଯନ୍ତ୍ରଣା ରୁ
ଦେଶକୁ ରକ୍ଷାକରିଛ ତମେ
ଦେଇ ତମ ଜୀବନ କୁ।
କାର୍ଗିଲ୍ ଯୁଦ୍ଧରେ ଦେଇ
ତମ ଅମୂଲ୍ୟ ପ୍ରାଣ
ଦେଶକୁ ରଖିଛ ତମେ
ପାକିସ୍ଥାନ ସୈନିକ କବଳରୁ।
ତମର ସେ ବଳିଦାନ
ଯୁଗେ ଯୁଗେ ହେଇ ରହିବ
ଲିପିବଦ୍ଧ ସ୍ବର୍ଣ୍ଣ ଅକ୍ଷରରେ।
ସେ ଦୁଃଖର ଗାଥା ମନେ
ପଡ଼ିଲେ ରୁମ ହୁଏ ବି ଆଜି ଟାଙ୍କରି।
ଭାରତମାତା ର ତମେ ହିଁ
ସୁଯୋଗ୍ୟ ସନ୍ତାନ ତମ
ଜୀବନ ଦେଇ ସୁରକ୍ଷା
ଦେଉଛ ଆମ ସୀମାନ୍ତ
ତମ ପାଇଁ ଚିରନିଦ୍ରାରେ
ଶୋଉଛି ମୋ ଦେଶ ମାତୃକା।
ଧନ୍ୟ ତୁମେ ରକ୍ଷାକର୍ତ୍ତା
ଧନ୍ୟ ତୁମ ବଳିଦାନ
ତୁମେ ସର୍ବଦା ନମସ୍ୟ।
ଜୟ ହିନ୍ଦ୍।

               ଦେବିପ୍ରିୟା ଦାସ୍
                    ଭୁବନେଶ୍ଵର
                    ଖୋର୍ଦ୍ଧା