ଗୁରୁ ଦେବ ନମସ୍ତୁତେ 
****************
ଗଣେଶ ପୂଜା ରେ ଖଡି ଛୁଆଁ ଦିନ,ତୁମ ସାଥେ ଭେଟ ହେଲା 
ଆପଣେ ସାଆନ୍ତେ ଡାକ ଥିଲା ତୁମ,ଆପଣା ପଣେ ଆଦରିଲ ।୦।  

ଚାହାଳୀ ଛାଟରେ ପ୍ରଥମ ଦିନରେ  
ବ୍ରହ୍ମା, ବିଷ୍ଣୁ, ମହେଶ  
ଗୋଲ ଗୋଲ ଗୋଲ ତିନୋଟି ଗୋଲ ଯେ,
ବ୍ରହ୍ମା ବିଷ୍ଣୁ, ମହେଶ ।୧।

ପଣିକିଆ ଘୋଷା, ଅ,ଆ ଲେଖା
ସ୍ବର ଠୁ ବ୍ଯଜନ, ମାତ୍ରା ଠୁ ଅକ୍ଷର 
ହାତ ଧରି ଶିଖାଇଲ,
ଶବ୍ଦବ୍ରହ୍ମ ଚିହ୍ନାଇଲ ।୨।

ଶହେ ଥର ବୁଝିନପାରିଲେ ମୁହିଁ ହାତ ଧରି ଚଲାଇଛ, 
ବୁଝିସାରି ଉତ୍ତର ନ ପାରିଲେ,ପିଠି ରେ ବେତ ରଖିଛ।୩।

ଚରିତ୍ର ଗଠନ ମୂଳ ଲକ୍ଷ୍ୟ ତୁମ
ସତ୍ ଶିକ୍ଷା ଦେଇଅଛ, ଦେଶ ବିଦେଶରେ ଆମେ ନାଁ କଲେ,ଆଶିଷ ତୁମେ ଢାଳିଛ।୪।

ଗୁରୁ ଦକ୍ଷିଣା ରେ ଚାହିଁ ନାହଁ କିଛି 
ତୁମ ବିଦ୍ଯାଦାନ ଅଟେ ମହାଦାନ, 
ଗୁରୁଙ୍କ ଶିକ୍ଷା ସେ ଜୀବନେ ଲାଗଇ, ଗୁରୁଙ୍କ ପାଦରେ ମନ।୫।
ତୁମେ ହାତ ଧରି ଶିଖାଇ ଥିଲ ଯାହା, ଆଜି ଦେଉଛି ମୁଁ ପର ପିଢିକୁ, 
ତୁମରି ବିଦ୍ଯା ର ଜଶ ବାନା ଆମେ ଉଡାଇବୁ ଯୁଗ ଯୁଗ କୁ ।୬।
ଗୁରୁ ଓ ଗୋବିନ୍ଦ ଏକା ସାଙ୍ଗେ ଉଭା, ଗୁରୁ ପଦ ଆଗେ ବନ୍ଦିବ 
ଚିହ୍ନାଇଲେ ଗୁରୁ ଏହି ଯେ ଗୋବିନ୍ଦ, ଈଶ୍ବର ଏହାଙ୍କୁ ମାନିବ ।୭।

ପିତା,ମାତା, ଗୁରୁ ଈଶ୍ବର ସମାନ 
ତାଙ୍କ ପାଦେ ବଢା ପ୍ରଣତୀ, 
ଅନେକ କଠିନ ଜୀବନ ବାଟରେ 
ହାତ ଧରି ପାଖେ ଚାଲନ୍ତି ।୮।

ସଦା ମାନିଥିବ ଗୁରୁଗୁରୁଜନେ 
ତାଙ୍କ ବାଣୀ ଜାଣ ଅମୃତ, 
ତାଙ୍କରି ସେବାରେ ରଖିଥିବ ଲୟ 
ହେବାକୁ ଜଗତଜିତା ।୮।

ଦୟା, କ୍ଷମା, କୃପା, କରୁଣା ମୁରତି,ଅଟନ୍ତି ଆମର ଗୁରୁ ଯେ 
ପ୍ରଭୁପଣେ ତାଙ୍କ ସମ୍ମାନ ରଖିବା 
ଆଶିଷ ବଚନ ଲୋଢୁ ଯେ ।୯।

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ମହେଶ ଅଟନ୍ତି ଗୁରୁ ହିଁ 
ଆଗେଇ ଚାଲିବା ଗୁରୁ ଆଦେଶ ରେ ,ସୁଯୋଗ୍ଯ ଶିଷ୍ଯ ର ପରମ୍ପରା ନେଇ ।୧୦।

ଆମ କାର୍ଯ୍ୟ ପାଇଁ ଗୁରୁ ଅଭିମାନ 
ରହିଥିବ ସଦା ଅକ୍ଷୁର୍ଣ୍ଣ 
ଗୁରୁ ଆର୍ଶିବାଦ କଳିବା ଆମକୁ
ଗଢିଦବ କରି ସଂପୂର୍ଣ୍ଣ ।୧୧।


*****************
ଲୋପାମୁଦ୍ରା ପରିଡା