* କାର୍ଗିଲ୍ ବିଜୟ ଦିବସ *
ଭାରତ ବର୍ଷର ଅନେକ ରାଜ୍ଯରୁ
ଜାମ୍ବୁ କାଶ୍ମୀରଟି ଏକ,
ସେହି ରାଜ୍ଯର ଯେ କାରଗିଲ୍ ଘାଟି
ଅଟଇ ଗୋଟିଏ ଦେଖ |
କୁରୁ ପାଣ୍ଡବ ଯେ ଭାଇ ଭାଇ ମଧେ
ସମର ମହାଭାରତ ,
ହିନ୍ଦୁ,ପାକିସ୍ଥାନ ସେହିପରି ଭାଇ
କାରଗିଲ ଯୁଦ୍ଧ ଶେଷ |
ଭାଇ ଠାରୁ ବିଶ୍ବେ ନାହିଁ ବଡ ଶତ୍ରୁ
ବେଣ୍ଟ ଲାଗି କାଠ କାଟେ,
ସେହି ପରି ଭାଇ ଜଗତ ମଧ୍ଯରେ
ପାକିସ୍ଥାନ ପରା ଅଟେ |
ଜାମ୍ବୁ କାଶ୍ମୀରକୁ ନେଇଯିବା ପାଇଁ
ଚାହୁଁଥିଲା ପାକିସ୍ଥାନ,
ଯୁଦ୍ଧରେ ତାହାର ନିହତ ହୋଇଲେ
ସତେଇଶ, ଶହ ସୈନ୍ଯ |
କାରଗିଲ ଯୁଦ୍ଧେ ବିଜୟ ଭାରତ
ରଚିଗଲା ଇତିହାସ,
ପାକିସ୍ଥାନ ମନ୍ତ୍ରୀ ନବାବ ସରିବ
ଯୁଦ୍ଧ କରିଦେଲା ଶେଷ |
ଭାରତ ପାଇଁ ଯେ ବିଦେଶର ବନ୍ଧୁ
ଇସ୍ରାଇଲ ସାହାହେଲା,
ଭାରତର ମନ୍ତ୍ରୀ ଅଟଲ ବିହାରୀ
ବାଜପେଇ ପରାଥିଲା |
ଉଣେଇଶ ଅନେଶତ ଥିଲା ମେ ମାସ
ଯୁଦ୍ଧ ହେଲା ତିନି ମାସ,
ଛବିଶ ଜୁଲାଇ ଅନେଇଶ ଅନେଶତ
କାରଗିଲ ବିଜୟ ଦିବସ |
ଆକାଶର ସେନା ସ୍ଥଲ,ବାୟୁ ସେନା
ଯୁଦ୍ଧ କରିଥିଲେ ଶେଷ,
ଭାରତ ଜବାନ ନିହତ ହୋଇଲେ
ପାନ୍ଚଶହ ଶତେଇଶ |
ମାତୃଭୂମି ପାଇଁ କେତେ ଯେ ଯବାନ
ଦେଇଗଲେ ବଲିଦାନ,
ବୀରତ୍ବର ଗାଥା ଉଡାଇ ତ୍ରିରଂଗା
ରଖିଗଲେ ଦେଶ ନାମ |
ଏକୋଇର ବଲା ବିଶିକେଶନ ମୋ
ଯାଇଛି ସହିଦ ହୋଇ,
ଧନ୍ଯ ହେ ଯବାନ ତୁମ ବଲି ଦାନ
ରହିଛୁ ସୀମାରେ ତୁହିଁ |
କାରଗି୍ଲ ବିଜୟ ଦିବସ ମାନିବା
ଜୁଲାଇ ଛବିଶ ଦିନ,
ଧନ୍ଯ ଭାରତର ବୀର ଯେ ସନ୍ତାନ
ଗାଇବୁ ଅମର ଗାନ |
ବନ୍ଦେ ମାତଂରମ୍ |
ନାମ-ଭୀଷ୍ମଦେବ ମେହେର
ଗ୍ରାମ-ଖଇରପାଲି
ଜିଲ୍ଲା-ବରଗଡ
ମୋ-9178416579
0 Comments