:: କାର୍ଗିଲ ବିଜୟ ଦିବସ ::
ହେ ପୁଣ୍ୟ ମାତୃଭୁମିର ବୀର ସନ୍ତାନ
ଭାରତମାତା ତୁମପାଇଁ ଆଜି ମହାନ ll
ଖରା ବର୍ଷା ଶୀତ ନିଜକୁ ସାଜିଛ ପାଷାଣ
ହିମ ଆଚ୍ଛାଦିତ ପରିବେଶେ ତୁମର କରମ ll
କଣ୍ଟକିତ ଘଞ୍ଚ ସବୁଜ ଶ୍ୟାମଳ ଅରଣ୍ୟ
କେତେ ଦୁଃଖ ଦୁର୍ଦଶେ ବାହିତ ତବ ଜୀବନ ll
ହୀନ ଯବନ ତୁଚ୍ଛେ ଆଗ କଲେକ ଭିଆଣ
ନିରୀହ ସରଳ ଦେଖି କଲା ଶର ଉତ୍ତୋଳନll
ଭାବିଥିଲା ଖଣ୍ଡେ ଛଡାଇ ନେବ ଆମ ଭୂଷଣ
ଜାଣି ପାରିଲେ ଆମଦେଶ ଏହାର ଭିଆଣ ll
ବିଂଶ ଶତାଧିର ଶେଷେକଲା ବନ୍ଧୁକ ଚାଳନ
ଜବାବ ପେଇଁ ତ୍ୱରିତ ଛୁଟିଲେ ବୀର ଯବାନll
ଜଳ ସ୍ଥଳ ଆକାଶେ ଦିବାନିଶି ଦୁଇମାସ
ଅହନିଶି ଲାଗିଲା ଭୟାବହ ମହାସଂଘର୍ଷ ll
ଆମବୀର ଟଳାଇଲେ ପାକସେନା ଶତଶତ
ଭୟରେ ପଳାଇଲେ ପାକସେନା ହୋଇ ଛଟପଟ ll
ପାକିସ୍ତାନ ଯବାନ ହେଲେ ଗୁଳିରେ କ୍ଷତାକ୍ତ
ଶେଷେ ପାକ ପ୍ରଧାନମନ୍ତ୍ରୀ ହେଲା ଅଣାୟତ୍ତ ll
ଆଉ ରହିଲାନି ସେମାନଙ୍କ କୁମନ୍ତ୍ରଣା ଷଡଯନ୍ତ୍ର
ଶେଷେ ଛାଡି ପଳାଇଲେ ଆମ ମାତୃଭୁମି ଭାରତ ll
ବିଶ୍ୱେ ଇତିହାସେ ନାମ ରହିଲା କାରଗିଲ ସଂଘର୍ଷ
ଶତ୍ରୁ କୁଜଣା ନଥିଲା ଆମର ଏକତାର ବିଶ୍ୱାସ ll
ମା ପାଇଁ ଜୀବନ ଦେଲେ ବୀର ମହାନ ସୈନିକ
ଜନ୍ମଭୂମି ପାଇଁ ଯଶ ରଖିଲେ ଜୀବନ ଯାକ ll
ଆମ୍ଭଦେଶ ରକ୍ଷାକରି ଜଳାଞ୍ଜଳି ଦେଲ ଜୀବନ
ଆହେ ବୀର ଯବାନ ତୁମ ପାଦେ କୋଟି ପ୍ରଣାମ ll
ବିଜୟ ଭଗ ପୁତିଲେ ବ୍ୟାଘ୍ର ପର୍ବତର ଶିଖେ
ବିଜୟ ଦିବସ ନାମ ରଚିଲେ ବିଶ୍ୱ ଇତିହାସେ ll
ସେହି ଦିବସ ଆମଦେଶ ପାଇଁ ମହାନ ଦିବସ
ପାଳୁ ଆମେ ବିଜୟ ଦିବସ ହୋଇ ଆନନ୍ଦ ଉଲ୍ଲାସ ll
ନିତି ବରଷ ଛବିଶ ଜୁଲାଇ ଆମ ପାଇଁ ମହାନ
ଆମେ ପାଳୁ ସେହି ଦିନକୁ ମନେଭରି ଆହ୍ୱାନ ll
......................@....................
କାମାକ୍ଷା ପ୍ରସାଦ ସାମଲ
ନୂଆ
ହିନ୍ଦୋଳ
ଢେଙ୍କାନାଳ
0 Comments