:: କାର୍ଗିଲ୍ ବିଜୟ ଦିବସ ::
ଆମେ ଲଢୁଆରେ ଆମେ ଲଢୁଆ
ରେ ଆମେ ଲଢୁଆ
ଆମେ ହିନ୍ଦୁସ୍ଥାନୀ ନୋହୁ ସଇତାନୀ,ପାକିସ୍ଥାନୀ ବିରି ବାଡିଆ।।ଘୋଷା।।
ଫିରିଙ୍ଗି ସେନାନୀ ଯାଇଛିଚାଲି
ଭାରତ ଭୂଇଁରେ ରକତ ଢାଳି
ସିଂହଭମିର ସେ ତୁଙ୍ଗ ଶିଖରୀ
ଭାଙ୍ଗି ଦେଇଛୁ ସେ ବୈରୀ ପାଚେରୀ,
ସୀମାନ୍ତ ଆମରି ସାମନ୍ତଜ୍ବାଳା
ଲକ୍ଷ୍ମଣ ରେଖାକୁ ନ ଛୁଅଁ ବଳା
କାଶ୍ମିର ଭୂସ୍ବର୍ଗ ଭରତ ମାତାର
ଛୁଇଁଲେ ଉଡିବ ଫଡିଆ।।୧
କାର୍ଗିଲ ଯୁଦ୍ଦଅନେଶୋତରେ
ତିନି ମାସ ଅପରେସନ ତାରେ
ଶାନ୍ତିକାମି ଆମେ ସମୟ ଦେଲୁ
କାଶ୍ମିର ଆମର କାହିଁକି ଠେଲୁ
ଚୋରପରି ଲୁଚି ବନ୍ଧୁ"କ ମାରି
ପୋଛିଲା ସିନ୍ଦୁର ମଥାରୁ ନାରୀ
ଭାରତ ଶିବିର ପଡିଲା ଚହଳ
ଜମିଲା କର୍ଗିଲ ପଡିଆ।।୨
ପଠାଣ ସଇନୀ ପଠାଇ ଶଳା
ପାକିସ୍ଥାନୀ ବେଇମାନିର ଖଳା
ସଇକତେ ଚାଲି ତୁରଗ ଧରି
ଖେପାକେ କ୍ଷେପିଲୁ କୁର୍ଲା ନଗରୀ
ରଜନୀ ତାମସେ ବଜାଇବାଜା
ଅନଳଷ୍ପୁଲିଙ୍ଗେ ଚଖାଇ ମଜା
ଗିରି ଦୁର୍ଗେ ଡାକେ ବନ୍ଧୁକ ମୁନରେ
ପ୍ରହରୀ ସାଜିଲା ଓଡିଆ।୩
ନାମ ତା ଅଟଳ କାମ ଅଟଳ
ବାକ୍ୟ ବି ଅଟଳ ଥରିଲା ତଳ
ବ୍ରହ୍ମାସ୍ତ୍ର କ୍ଷେପିଣ ସେ ଧରାଶାୟୀ
ମହାସଂଗ୍ରାମରେ ମୋ ବାଜପାୟୀ
ବିଜ୍ଞାନ କୂଶଳୀ ଇନ୍ଧନ ଜାଳୀ
ଚାରିଶ ତେପନ ଦେଲାରେଦଳି
ଭାରତ ମାତାର ବୁକେ ଚୁମାଦେଇ
ଗର୍ଜିଲା ଯବନ ଓଡିଆ।୪।।
କାର୍ଗିଲି ସୀମାରେ ରକ୍ତବହିଲା
ବନ୍ଧୁ"କ କମାଣ ତୋପ ଫୁଟିଲା
ଓଡିଶା ରାଜ୍ୟରୁ ଏଗାରଗଲେ
ଓଡିଆ ଜାତିର ଟେକ ରଖିଲେ
ମାନସ,ନୀବାସ ରାଜ,କିଶୋର
ଗୋପୀ,ଗଙ୍ଗା,ରାମ,ରାଜେନ୍ଦ୍ର ବୀର
ନଓ୍ବାଜ ସରିଫ୍ ମଥା ନଇଁଲା
ଜାତିସଙ୍ଘେ କେତେ ନିନ୍ଦା ପାଇଲା
ଟୋକେଇ କୁଣ୍ଢେଇ ବାପ ଘର ଗଲେ
ଛାଞ୍ଚୁଣି ଜଗିଛି ପଡିଆରେ।।୫
ସେଦିନୁ କାର୍ଗିଲ ବିଜୟ ଦିନ
ଶ୍ରାବଣ ଛବିସ ଅଛି ପ୍ରମାଣ
ପାଞ୍ଚଦୁଇସାତ ସହୀଦ ଲାଗି
ଉଡାଉ ତ୍ରୀରଙ୍ଗା କରମଯୋଗୀ
ଜୟ ଯବାନ ହେ ଜୟ ବିଜ୍ଞାନ
ଯୋଡିଣ ବିହାରୀ ଦେଲେ ସ୍ଳୋଗାନ
ଭାରତ ମାତାର କୀର୍ତି ବଢିଲା
ସନ୍ତ୍ରାସବାଦୀର ପତନ ହେଲା
କର୍ପୂର ଯାଇଛି କନାପଡି ଅଛି
କହେ ଦେବଦତ୍ତ
କବି ଦେବଦତ୍ତ ପ୍ରଧାନ
ଗ୍ରାମ,ରଘୁରାଜପୁର,ପୋ,ଚନ୍ଦନପୁର,ପୁରୀ।
0 Comments