:: କାର୍ଗିଲ ବିଜୟ ଦିବସ ::
*********************
ଜୀବନ ସଂଗ୍ରାମେ ହାରିନ ତୁମେ
ସହିଦ୍ ସ୍ତମ୍ଭ ରେ ହେଉ ପୁଷ୍ପ ବୃଷ୍ଟି
ଭାରତ ପାଇଁ ତୁମେ ମହା ନାୟକ
କାର୍ଗିଲ କୁ ଦେଇଛ ତୁମେ ମୁକ୍ତି....୧
ରକ୍ତ ର ଧାର ଲମ୍ବି ଯାଇଥିଲା
ବିଜୟର ଟିକା ମାଖି ମାଖି
ତ୍ରିରଙ୍ଗା ପତାକା ଉଡ଼େ ଫର ଫର
ଇତିହାସରେ ରହିଲା ସାକ୍ଷୀ.....୨
କାର୍ଗିଲ ଠାରେ ନିଜ ମୁଣ୍ଡ ଦେଇ
ରଖିଲ ଦେଶର ଟେକ
ଧନ୍ୟ ତୁମେ ଭାରତର ସନ୍ତାନ
ଆମକୁ ଦେଇଛ ସୁଖ........୩
ରଖିଲ ବିରତ୍ପ ମାନ ଓ ସମ୍ମାନ
ରମଣୀ ମଥାରୁ ଲିଭିଲା ସିନ୍ଦୂର
ପତି ପତି ବୋଲି କାନ୍ଦଇ ରମଣୀ
ସୈନ୍ୟ ତୁମେ ହେଲ ଅମର.......୪
ସନ୍ତାନ କହୁଛି ବାପା ଠକି ଦେଲ
କାର୍ଗିଲ ରେ ତ୍ରିରଙ୍ଗା ଉଡାଇ
ଅନେଇଶହ ଅନଶ୍ଵତ ସାଲକୁ
ବାପା ଗୋ କିପରି ଭୁଲିବି ମୁହିଁ.....୫
ଜୟ ଜୟ ଜବାନ ଅଟତ ମହାନ୍
ଇତିହାସ ସାକ୍ଷୀ ଅମର ଜୀବନ
ଅମର ଆତ୍ମା ଶାନ୍ତି ଲାଭ ପାଉ
କାର୍ଗିଲ ବିଜୟ ଦିବସ ପାଳନ ହେଉ....୬
ଆଜିର ଦିନକୁ କାର୍ଗିଲ ବିଜୟ ଦିବସ
ମାନିବା ଭାଇ ହୋ ଆସ
ପାକିସ୍ତାନ ମାଟି କାମୁଡୁ ଥାଉ
ମନେ ଥାଉ ତାର ଦୁଃଖ କ୍ଳେସ.....୭
*************************
ପରେଶ କୁମାର ପରୁଆ
କନିଷ୍ଠ ଶିକ୍ଷକ ପ୍ରାଥମିକ ବିଦ୍ୟାଳୟ ପଣ୍ଡରିପାଣି ଧରମବନ୍ଧା ଜିଲ୍ଲା ବ୍ଲକ-ନୁଆଁପଡା
(ସୁଭଦ୍ରା ନିବାସ ବିଶିପାଲି ଜମଲା ପଦମପୁର ଜିଲ୍ଲା-ବରଗଡ)
0 Comments