* କାର୍ଗିଲ ବିଜୟ ଦିବସ *

**********************
କାର୍ଗିଲ୍ ବିଜୟ ଦିବସ
ଯୁନ ମାସ  ତାରିଖ ଛବିଶି
ଗର୍ଜିଲା କର୍ଗିଲ ଘାଟି ଶିଖରେ
ଆଠ ହଜାର ଫୁଟ ଉଚ୍ଚତାରେ
ହୋଇଥିଲା ଯେଉଁ ଯୁଦ୍ଧ
ଉଣିଶହ ଅନେଶତ ସାଲ
ମଇଁ,ଛବିଶ ଆରମ୍ଭ ହୋଇଥିଲା
ଦେଖିଲା ଏକ ଗାଈଆଳ ପିଲା
ତିନ,ମଇଁରେ ସନ୍ଦେଶ ସେ ଦେଲା
ପାକିସ୍ତାନ ସୈନିକ କବଜା କରିଲା
କିଛି ଭାରତୀୟ ସୈନିକଙ୍କୁ ଆମର
ପ୍ରାୟ ପାଞ୍ଚ ହଜାର ସୈନ୍ୟ ପାକିସ୍ଥାନର
ଅତର୍କିତ କଲେ ଆକ୍ରମଣ
ଶହୀଦ ହେଲେ ପାଞ୍ଚଶହ ସତାଇଶ
ନିରୀହ ସୈନିକ ଆମର
ପଚିଶ ହଜାର ଗୁଳି କରିଲେ ବର୍ଷଣ
ପାଞ୍ଚ ହଜାର ବମ କରି ବିଷ୍ଫୋରଣ
ତିନି ଶହରୁ ଅଧିକ ମୋର୍ଟର
ତୋପ ଓ ରକେଟ ପ୍ରହାର
ବାୟୁସେନା ଉଡ଼ି ଘନ ଘନ
ଆକାଶ,ପାତାଳ କମ୍ପିଲଗ ଭୁବନ
ତେରଶହ କ୍ଷତାକ୍ତ ହୋଇଲେ ଯଵାନ
ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ
ଯେ ପ୍ରତିଜ୍ଞା ରେ ଅଟଳ
ମୂଷାରଫ ସରକାର ପାଇଲାନି ଥଳ କୂଳ
ଶେଷେ ପାକିସ୍ତାନ ହୋଇଲା ପରଖସ୍ତ
ହରାଇଲା ପ୍ରାୟ ଚାରି ହଜାର ସୈନିକ
ଉଡ଼ାଇ ଲା ଭାରତ ତା ବିଜୟ କେତନ
ଅପରେସନ ବିଜୟ ନାମେ କରି ଅଭିଯାନ
ଶେଷହେଲା,ଯୁଦ୍ଧ ଯୁନ ଛବିଶ
ଉଣିଶହ ଅନେଶତ
ଦିର୍ଘ ଏକ ମାସଧରି ଭାରତ ସେନା
ଦେଖାଇଲେ ତାଙ୍କ ବୀରତ୍ଵ
ପାକିସ୍ତାନ ସରକାର ଜେନରାଲ ମୂଷାରଫ
ମୂଷା ପରି ଲୁଚିଗଲା ଗାତରେ ତାହାର
ପ୍ରତିଶୋଧ ନେଇ ଦେଖାଇଲା ବୀରତ୍ଵ
ଭାରତ ସରକାର ତା ଶକ୍ତି ଆପାର
କାର୍ଗିଲ୍ ବିଜୟ ଅଭିଯାନ ଯାର
ସୌର୍ଯ୍ୟ,ବୀର୍ଯ୍ୟ ଦେଖି ଶକ୍ତି ସାମର୍ଥ୍ୟ ଆମର
ଲହୁ ଲୁହାଣ ହୋଇଲା ପାକିସ୍ତାନ ପାମର
****************************

ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
***********************