***ଗୁରୁ ହିଁ ଈଶ୍ୱର***

ନୟନେ ଦେଖିନି କେବେ ଈଶ୍ୱର କୁ
ଦେଖିଛି ଏ ମତ୍ତ୍ଵ ଗୁରୁ ଭୂମି ଭାରତ ବର୍ଷରେ
ଗୁରୁ ମୋ ବ୍ରହ୍ମା ଗୁରୁ ମୋ ବିଷ୍ଣୁ ଗୁରୁ ମୋ  ଯେ ଅଟନ୍ତି ଈଶ୍ଵର
ଅନ୍ତର ନିହିତେ ଜ୍ଞାନ ର ଦେବତା
ସେ ପରଂବ୍ରହ୍ମ ସ୍ବରୁପ ଜୀବନ୍ତ ଠାକୁର।

ଶୁଣିଛି ପୁରାଣେ ଦ୍ରୋଣାଚାର୍ଯ୍ୟ ଅଜୁର୍ନ  ଗୁରୁ ଶିଷ୍ୟ ଙ୍କକାହାଣୀ
ପୁଣି ଏକଲବ୍ୟ ହଉ କି ଉପମନ୍ୟୁ ଅବା ନଚିକେତା କି ଆରୁଣି।
ଅଜ୍ଞାନ କୁ ଦୂର କରି ଯେ ମୂକ୍ତି ବାଟର ଜ୍ଞାନ ଦାତା ରୂପକ ପଥିକ
ସେ ହିଁ ଗୁରୁ ପରମାତ୍ମା ଏକା ସେ ଶିକ୍ଷକ ।

ଆଜି ଯେଉଁ ଦୁନିଆଁ ରେ ବଡ଼ ବଡ଼
ଡାକ୍ତର ଇଞ୍ଜିନିୟର ଅବା ହୋଇଛନ୍ତି ଅଫିସର
ସର୍ବ ଶ୍ରେଷ୍ଠ ସାଧକ ସେ  ଗୁରୁ ଙ୍କ ଆଶିର୍ବାଦ ଯୋଗୁଁ ଆମେ ଆଜି ଚହଟଉଁଛେ ଟିକି ଫୁଳପରି ଯେଉଁ  କହର
ମାଁ ବାପା ଗୁରୁ ଜନ ହୁଅନ୍ତୁ କି ଶିକ୍ଷକ
ତାଙ୍କ ଭିତରେ ହିଁ ବିଦ୍ୟମାନ ଜୀବନ୍ତ ଈଶ୍ଵର।
ସେ ହିଁ ଆଲୋକଦାତା ମୂକ୍ତିପଥର ସେ ଏକା ଦୃଶ୍ୟମାନ ଠାକୁର
ତାଙ୍କ ପାଦପଦ୍ମେ କୁ ମୋର କୋଟି ନମସ୍କାର।।

ନାମ-ସରସ୍ବତୀ ସାଲିମା
ଜିଲ୍ଲା-ସମ୍ବଲପୁର