:- ଗୁରୁ ହିଁ ଇଶ୍ଵର ::
......................................
ବିଦ୍ୟାଳୟ ଅଟେ ଜ୍ଞାନର ମନ୍ଦିର
ସେଠି ଗୁରୁ ହିଁ ସାକ୍ଷାତ୍ ଇଶ୍ଵର ।
ଅଜ୍ଞାନ ରୂପକ ଅନ୍ଧକାରକୁ କରି ଦୂର
କାର୍ଯ୍ୟ କରିଚାଲେ ସେ ସର୍ବଦା ନିରନ୍ତର ।
ହାତେ ସିଲଟ ,ଖଡି ,ଖାତା କଲମ ଧରି
ଶିଖାନ୍ତି ପାଠ କେତେ ଆଦର କରି ।
ଶିକ୍ଷକତା ଅଟଇ କାର୍ଯ୍ୟ ଯାହାର
ପିଲାଙ୍କୁ କରେ ସେ ସ୍ନେହ ଆଦର ।
ସିଏ ଜ୍ଞାନର ଅଟେ ଅମାପ ସାଗର
ଶିକ୍ଷାର୍ଥୀ ସଫଳ ହୁଏ ତାଲାଗି ବାରମ୍ବାର ।
ଗୁରୁର ଆଶିଷେ ଶିଶୁ କରେ ପ୍ରଗତି
ଶିଶୁର ପ୍ରଗତିରେ ହିଁ ଦେଶର ଉନ୍ନତି ।
ଗୁରୁ ବିନା ଜୀବନ ହୁଏ ଅଧୁରା
ସିଧା କରେ କେତେ ସେ ଦୁଷ୍ଟ ବାତରା ।
ଅକ୍ଷୁର୍ଣ୍ଣ ହୋଇ ରହିବ ଗୁରୁ ଛାତ୍ର ଡୋର
ଗୁରୁ ହିଁ ତ ଅଟେ ସକଳ ଜ୍ଞାନର ଭଣ୍ଡାର ।
ଗୁରୁ ଗଢ଼ିଦିଏ କେତେ ପିଲାଙ୍କ ଜୀବନ
ତା ଲାଗି ମଣିଷ ପାଏ କେତେ ସମ୍ମାନ ।
ତା ଆଶିଷେ ଶିଷ୍ୟ ହୁଏ ସବୁଠି ବିଜୟ
କରିପାରେ ସେ ସାରା ବ୍ରହ୍ମାଣ୍ଡ କୁ ଜୟ ।
ଗୁରୁ ହିଁ ଅଟଇ ସର୍ବ ଶକ୍ତିମାନ
କରିବନି ତାଙ୍କୁ ନିନ୍ଦା ଅପମାନ ।
ହେଇ ପାରିବେନି କେହି ଗୁରୁଙ୍କ ପରି
ପୂଜୁଥିବ ନିତି ତାଙ୍କୁ ମୁଣ୍ଡିଆ ମାରି ।
ଗୁରୁ ଆମ ଗର୍ବ ଗୁରୁ ଆମ ସୁନାମ
ତା ଲାଗି ଦେଶ ହୁଏ ଆଜି ମହାନ ।
ହେ ଗୁରୁ ଇଶ୍ଵର , ମୋ ପରମେଶ୍ଵର
ତୁମ ଚରଣରେ ଘେନ ପ୍ରଣାମ ମୋର ।
(ସମାପ୍ତ)
ନାମ:- ଶ୍ରୀ ହରିଶ୍ଚନ୍ଦ୍ର ହେମ୍ବ୍ରମ୍ (ଶିକ୍ଷକ)
ସା:- ଡିଙ୍ଗିରା
ପୋ: ଅ:- ବର୍ତ୍ତନା
ଭାୟା :- ବେତନଟୀ
ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟଭାଷ :-୭୦୦୮୫୪୮୩୩୭
0 Comments