:: ଗୁରୁ ହିଁ ଈଶ୍ୱର ::

ଗୁରୁ ପାଦେ ଧ୍ୟାନ ହୃଦେ ଗୁରୁ ନାମ
ନିତ୍ୟ ମନେ କର ସ୍ମରଣ
ଗୁରୁ ବାକ୍ୟ ମୂଳ ଗୁରୁ ଦତ୍ତ ଜ୍ଞାନ
ବଳେ ସିଦ୍ଧ ହୁଏ ସାଧନ
ଗୁରୁ ଜଗତର ଆତ୍ମମୟ ରୂପ
ଆଲୋକ ପଥର ହିଁ ଶୀଖା
ଗୁରୁ ଏକା ମାନ୍ୟ ଵିଦ୍ୟା ବୁଦ୍ଧି ଜ୍ଞାନ
ଶୁଦ୍ଧି ମାର୍ଗର ମହା ରେଖା
ଗୁରୁ ଜୀବନର ସମନ୍ଵୟ ଯୋଗୀ
ଦିବ୍ୟ ଜ୍ଞାନର ଯେ ଭଣ୍ଡାର
ଗୁରୁ ପ୍ରତିମଟି ଓଁକାର ସ୍ୱରୂପ
ଜ୍ଞାନ ଗଙ୍ଗାଟିଏ ପୁଣ୍ୟର
ଗୁରୁ ତୁମେ ଦାନ ଦେଇଅଛ ବର
ଜ୍ଞାନ ଜଳ ସିଞ୍ଚି ଅପାର
ଗୁରୁ ସଦା ତୁମେ ଅଖଣ୍ଡରେ ବ୍ୟାପ୍ତ
ଗୁରୁକୃପା ହିଁ ଭିକ୍ଷା ମୋର
ଗୁରୁ ନାମ ଗୁଣ ରତନଟି ଭାରୀ
ସିନ୍ଧୁ ପରି କୃପା ତାଙ୍କର
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ
ଅଟେ ସାକ୍ଷାତରେ ଈଶ୍ଵର
ଶେଷଦେବ ବେହେରା,
ଗୌରାଙ୍ଗପାଟଣା,ରମ୍ଭା, ଗଞ୍ଜାମ
ଫୋନ-୭୫୦୪୯୨୪୯୪୮
0 Comments