💐‘ କାର୍ଗିଲ୍ ବିଜୟ ଦିବସ ’💐

ବିଜୟ ଉତ୍ସବ ପାଳନ କରନ୍ତି
   ସମଗ୍ରଭାରତ ବାସୀ
ବିଜୟଟି ଆମ କାର୍ଗିଲ ବିଜୟ
        ଜାଣନ୍ତି ଜଗତ ବାସୀ ।

ଶହଶହ ବୀର ବଳିଦାନ କଲେ
    ଆମ ଏ କାଶ୍ମୀର ପାଇଁ
ସେମାନଙ୍କ ପାଇଁ ଚିରଋଣୀ ଆଜି
       ଏହି ମୋଭାରତ ଭୂଇଁ ।

ଅଖଣ୍ଡ ଭୂଇଁ କୁ ଖଣ୍ଡ କରିବାକୁ
      ଆସିଥିଲେ ଯୁଦ୍ଧ ପାଇଁ
ସେମାନଙ୍କ ସ୍ୱପ୍ନ ଦୁଃସ୍ୱପ୍ନ ହୋଇଲା
     କାର୍ଗିଲ ବିଜୟ ପାଇଁ।

ବୀରତ୍ୱର ଗାଥା ଲିପିବଦ୍ଧ ହେବ
       ସହ ସହ ବର୍ଷପାଇଁ
ଗର୍ବ ଗୌରବ ପ୍ରଦାନ କରିବ
     ଆମ ଏ ଭାରତ ପାଇଁ ।

ପାକିସ୍ତାନ ପରି ନମିଳୁ ପଡୋଶୀ
      ଅନ୍ୟ କେଉଁ ଦେଶ ପାଇଁ
ବାପ ସହ ପୁଅ ଯୁଦ୍ଧ କରିଥିଲା
       ଆମ ଏ କାଶ୍ମୀର ପାଇଁ।

ବୋହିଥିଲା କେତେ ଯବାନଙ୍କରକ୍ତ
    ଏହି ମୋ କାଶ୍ମୀର ପାଇଁ
ସେହିବୀର ମାନେ ଅମର ରହିବେ
      ଏହି ମୋ ଭାରତ ପାଇଁ।

କାର୍ଗିଲ ବିଜୟ ଅମର ରହିବ
      ଆମ୍ଭ ଏ ଭାରତ ପାଇଁ
ଜୁଲାଇ ଛବିଶ ଗାଉଛି ଗୀତ ଯେ
      କାର୍ଗିଲ ବିଜୟ ପାଇଁ  ।

🙏ଭାରତୀୟ ଯବାନ ଅମର ରହେ

ବିକ୍ରମ ପରିଡା
ଠିକଣା -ଖଲ୍ଲିକୋଟ, ଗଞ୍ଜାମ
ମୋ-୭୦୭୭୭୪୨୭୯୨