:: କାର୍ଗିଲ ବିଜୟଦିବସ ::
......................................... ଏକୋଇଶିବର୍ଷଦୁଃ ସାହାସନୀତି
କାରଗିଲ ବିଜୟ ରୂପେ
ଜୁଲାଇ ଛବିଶ ସହିଦ ହୋଇଣ
ସ୍ମତି ଚାରଣର କଳ୍ପେ ।୧ା
ମମତ୍ଵ ବୋଧର ଦେଶ ପ୍ରେମନୀତି
ପାଞ୍ଚଶହସତୋ ଇଶି
ଓଡ଼ିଶାରୁ ତେରକାରଗିଲସ୍ମର
ସହିଦ ହୋଇ ମନିଷୀ ।୨ା
ଚଉରାଅ ଶିରକାର୍ଯ୍ୟ ଦିବସର
ସ୍ମରଣୀୟ ବାର୍ତ୍ତାବହ
ଭାରତ ମାତା ର ସୁଯୋଗ୍ୟସନ୍ତାନ
ଜାତୀୟ ଚେତନା ବହ।୩ା
ଲଦାଖ କ୍ଷେତ୍ରର କାରଗିଲସ୍ଥାନେ
ଜାତୀୟ ସଂହତି ବାଧା
ପରାଜିତ କଲେ ଶତ୍ରୁ କଳେବର
ଜୀବନ ଯନ୍ତ୍ରଣା କ୍ଷୁଧା ।୪ା
ରାଷ୍ଟ୍ର ଅଖଣ୍ଡତା ସାର୍ବଭୌମ୍ୟଚିନ୍ତା
ପ୍ରତିରକ୍ଷାଟିସୁଦୃତ
ଜନମ ଭୂଇଁ ର ଆତ୍ମଗାରିମା ରେ
ହୋଇବା ସଦାଆବୃତ।୫ା
ସୀମା ସରହଦ ଶତ୍ରୁ ମୁକ୍ତି ପଦ
ଜରୁରୀ ଅଟେ ରେ ବାବୁ
ଆତ୍ମ ମର୍ଯ୍ୟାଦାର ସ୍ଥିତି ଦୃଢ଼ତର
ସ୍ୱାକ୍ଷର ବହନ ସବୁ ।୬ା
ଜଳ ସ୍ଥଳବାୟୁ ସବୁ ଠାରେ ରହୁ
ପ୍ରତିରକ୍ଷା ଜୟ କାର
ସ୍ଵଦେଶ ପ୍ରୀତିରେ ସାହସିକ ବଳ
ଦେଶ ମାତୃକା ପ୍ରୀତି ର ।୭ା
ତ୍ୟାଗ ଆତ୍ମବଳୀ ଦେଶମାତୃ ସ୍ଥଳୀ
ଭାରତ ମାତା ଆମର
ପ୍ରାଣ ପାତ ନୀତି ଦେଶପାଇଁ ଜାତି
ଦକ୍ଷତାର ଅଧିକାର ।୮ା
ଆସରେ ସର୍ଭିଏ କରିବା ଶପଥ
ଦେଶର ସୁରକ୍ଷା ପାଇଁ
ତରୁଣ ଅରୁଣ କିଶଳୟ ପ୍ରାଣ
ଜୀବନ ଏ ଦେଶ ପାଇଁ ॥୯ା
ଧନ୍ୟତାଙ୍କ ଜନ୍ମ ମାଟି ମାଆପାଇଁ
ଗର୍ବ ବିଶ୍ଵ ଚେତନାରେ
ସ୍ମରଣୀୟ ସଦା ମାନବ ଜାତିର
ଜନ୍ନୁ ଥାଅ ବାରେ ବାରେ ।୧୦ା 


ଅଶୋକ କୁମାର ପତି
ଖଂକି ରା
ଢେଙ୍କାନାଳ ୭୫୯୦୧୬
ମୋ ୬୩୭୦୬୯୫୯୨୧