* କାର୍ଗିଲ ବିଜୟ ଦିବସ *
********************
ଧିକ ପାକିସ୍ଥାନ ଧିକ ତୋ ଜୀବନ
ଧିକ ତୋର ବୀରପଣ....
ଅନ୍ୟାୟରେ ରହି ରଣକରୁ ତୁହି
କଥା ତୋର ଘୃଣ୍ୟ ଜାଣ...।
ଅନ୍ୟାୟ ପଥରେ ଯାଉଛୁ ସତରେ
ହୃଦେ ଦୟାଭାବ ନାହିଁ...
ଆତଙ୍କି ସଜାଇ ନିଜକୁ ହଜାଇ
ଅନ୍ୟାୟକୁ ନିତି ଚାହିଁ...।
ପରାକ୍ରମ ତୋର ପାଣିର ଯେ ଗାର
ଫୁଟାଣି ମାରୁଛୁ ବେଶୀ...
ସମ୍ମୁଖରେ ରଣ ନାହିଁ ବୀରପଣ
ବିଶ୍ୱ ଦରବାରେ ଦୋଷୀ...।
କେତେ ନିନ୍ଦା ଆଉ ପାଇବୁ ଜଗତେ
ଏବେବି ସମୟ ଅଛି...
ସତ୍ୟ ନ୍ୟାୟ ପଥ ମୁକତିର ପଥ
ବିଶ୍ୱ ଯାହା ଚାହୁଁଅଛି...।
କାର୍ଗିଲ ରଣରେ ପରାସ୍ତ ହୋଇଲୁ
ଇତିହାସ ଅଛି ସାକ୍ଷୀ...
ବେଳହୁଁ ସତର୍କ ନ କରି ବିତର୍କ
ନ ଦେଖା ତୁ ନାଲି ଆଖି...।
ଯଦି ହେବୁଦେଷୀ ଯନ୍ତ୍ରଣାରେ ବେଶୀ
ଛଟପଟ ନିଜେ ହୋଇ...
ଅରାଜକତା ଯେ ସୃଷ୍ଟି ନିଶ୍ଚେ ହୋଇ
ମୂଳ ଯିବ ତୋର ଧୋଇ...।
ଭାରତର ଦମ୍ଭ ବିଶ୍ୱ ଜାଣିଲାଣି
ତୁ ହୀନ କରମ ଛାଡି...
ଦୟା ଧର୍ମ ଧରି ହେବୁ ତୁହି ପାରି
ହିଂସା ଦେରେ ହୃଦୁଁ ତଡି...।
************************
*କବି - ରବି ପ୍ରଧାନ
ବାଣପୁର, ଖୋର୍ଦ୍ଧା,9078007640*
0 Comments