:: ଗୁରୁ ହିଁ ଈଶ୍ୱର ::

ଗୁରୁ ହିଁ ପ୍ରେରଣା ଦାତା
ଆଦ୍ୟଗୁରୁ ଆମ ପିତାମାତା
କୋମଳମତି କୁ ଦୃଢମତି କରନ୍ତି ଗୁରୁ
   ଗୁରୁ ସ୍ବାଧୀନ ଚିନ୍ତାର ପଥପ୍ରଦର୍ଶକ

ଅନାର୍ଯ୍ୟ ସଂସ୍କୃତିରୁ କୁରୁକ୍ଷେତ୍ର
ରାମ, କୃଷ୍ଣ, ଅର୍ଜୁନ, କର୍ଣ୍ଣ
ସ୍ବାମୀ ବିବେକାନନ୍ଦଙ୍କୁ ଆଲୋକ ପ୍ରଦାନକାରୀ ଗୁରୁ
   ଗୁରୁ ହିଁ ଜଗତ୍ ପିତା ପରମେଶ୍ବର

ଅମା ଅନ୍ଧକାର
ଗହନ ମୂର୍ଖତା ଭିତରୁ
ସଜାଡି ତୋଳି ଧରନ୍ତି ଗୁରୁ
               ଗୁରୁ ହିଁ  ଆମ ପରଂବ୍ରହ୍ମ

ତାମସିକ, ସାତ୍ତ୍ଵିକ, ପାରତ୍ରିକ
ଜ୍ଞାନର ସୂକ୍ଷ୍ମତା ପ୍ରଦାନ କରି
ଵାଚନିକ ଶକ୍ତି ଦେଇ ଘରମୁହାଁ କରନ୍ତି ଗୁରୁ
                      ଗୁରୁ ହିଁ ସର୍ବଇଷ୍ଟ

ସ୍ଵାର୍ଥ ତ୍ୟାଗୀ ହହିତାକଙ୍ କ୍ଷୀ
ବେଦଜ୍ଞ,  ଧନୁର୍ଦ୍ଧାରୀ କରି
ଉଦ୍ଭଟ ଚିନ୍ତାରୁ ମୁକ୍ତ କରନ୍ତି ଗୁରୁ
                    ଗୁରୁ ହିଁ ଵ୍ରହ୍ମା ଵିଷ୍ଣ

ଦେଵପାୟ ଵ୍ୟାସଦେଵଙ୍କ ଜନ୍ମତିଥିକୁ
ଆଷାଢ ଶୁକ୍ଳ ପୂର୍ଣ୍ଣିମା ଦିନ
ସ୍ମୃତିରୂପେ ଗୁରୁପୂର୍ଣ୍ଣିମା ପାଳନକରୁ
                      ଗୁରୁ ହିଁ ମହେଶ୍ୱର

ମୃତପ୍ରାୟ ବ୍ୟକ୍ତିକୁ ଜ୍ଞାନୀ କରି
ସମୟ ଚକ୍ରରେ ଘଷି ମାଜି
ସୁଶୋଭନ ଵ୍ୟଵହାର ଯୁକ୍ତ କରନ୍ତି ଗୁରୁ
                   ଗୁରୁ ହିଁ ଦିଗ୍ ଦର୍ଶକ

ସତ୍ୟ, ତ୍ରେତୟା, ଦ୍ଵାପର, କଳି
ସବୁ ଯୁଗରେ ଗୁରୁ ମହୀୟାନ୍
ଗୁରୁଙ୍କ ଅସୀମ ଜ୍ଞାନ ଆହରଣ କରି ଆମେ ଜ୍ଞାନୀ
       ଗୁରୁ ହିଁ ଵସୁଧୈବକୁଟୁମ୍ଵକ

ଅନ୍ୟାୟ, ପାପ, ହିଂସା, ତମସା
ଦୟା, କ୍ଷମା, ଶୀଳତା, ସାଧୁତା
ଜ୍ଞାନଗାରିମା ଚିହ୍ନାଇ ଶ୍ରୀ ଯୁକ୍ତ କରନ୍ତି ଗୁରୁ
      ଗୁରୁ ସଦ୍ ଭାବନାର ଚିତ୍ରିତ ସନ୍ତକ

ଗୁରୁ ସୃଷ୍ଟି କରନ୍ତି, କବି, ଲେଖକ
ଡାକ୍ତର,ସମାଜସଂସ୍କାରକ, ଵୈଜ୍ଞାନିକ
ଚିତ୍ରକର, ଶିଳ୍ପୀ, ଗାୟକ,ସେବକ
    ଗୁରୁ ହିଁ ସୃଷ୍ଟିକର୍ତ୍ତା ଦ୍ଵିତୀୟ ଈଶ୍ୱର

ଆଦେଶକୁ ଉପଦେଶ ମଣାଇ
ସୂକ୍ଷ୍ମ ଦର୍ଶୀ ଵ୍ୟକ୍ତି ସୃଷ୍ଟି କରି
ଜୀବନରୁ ତମସ ଦୂର କରନ୍ତି ଗୁରୁ

   ଗୁରୁ ହିଁ ଆଶୀର୍ବାଦର ଅମୃତଭାଣ୍ଡ
   ଗୁରୁ ହିଁ ଚରାଚର ଵିଶ୍ଵର ଆଲୋକ
    ମୃତ୍ୟୁଲୋକରେ ଉଜ୍ଜ୍ଵଳଜୋତିଷ୍କ।

।     ଗୁରୁ ହିଁ ଈଶ୍ବର, ଵ୍ରହ୍ମା, ଵିଷ୍ଣ, ମହେଶ୍ୱର

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲ ଇଡା, ସମ୍ବଲପୁର