" କାର୍ଗିଲ ବିଜୟ ଦିବସ "
************************
'କାର୍ଗିଲ'ଶବ୍ଦଟି ଶୁଣିଲେ ,ଶିହରୀ ଉଠୁଛି ଶରୀର
ଦେଶମାତୃକାର ବିଜୟ ଦିବସ ,ସର୍ବତ୍ର ଉଡେ ବିଜୟ କେତନ
ଉଣେଇଶିଶହ ଅନେଶତ, ଆସିଥିଲା ମୋ ଦେଶେ ବିପଦ
ବୀରଦର୍ପେ ଲଢ଼ି ଆମ ସୈନ୍ୟ,ହଟାଇଲେ ଦେଶୁ ପାକିସ୍ତାନୀ ସୈନ୍ୟ ।
କିନ୍ତୁ ଏ ଦେଶ ଭିତରେ ଲୁଚିଥିବା ଦେଶଦ୍ରୋହୀ
ଅଟନ୍ତି ଭୟଙ୍କର ବାହ୍ୟ ଶତ୍ରୁ ଠାରୁ ବଳି
ବେଳେ ବେଳେ ଲାଗେ ଯେମିତି ଆମେ ଦେଶର ପଙ୍ଗୁ ସନ୍ତାନ
କରିପାରୁ ନାହୁଁ ଭଦ୍ରମୁଖା ଶତ୍ରୁଙ୍କୁ ଦମନ
କୁମ୍ଭୀର କାନ୍ଦଣା ପରି ପାଳୁଛୁ କାର୍ଗିଲ ବିଜୟ ଦିବସ
ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆଳରେ
ନିଜର ଫୋଟ ଦେଖାଇ ଖବର କାଗଜ ରେ;
ତାହା ବି ଖବରକାଗଜ ପ୍ରଥମ ପୃଷ୍ଠାରେ
ନାନା ବିଜ୍ଞାପନ ମାନ ମଣ୍ଡନ କରେ
ଆଉ ମୋ ଦେଶ ସହୀଦ ର ଗୁଣଗାନ ହୁଏ
ଖବର କାଗଜର କେଉଁ ଭିତରେ ଅଧା ପୃଷ୍ଠାରେ ।
ଧିକ୍ ମୋର ଏଇ ନିର୍ଲଜ ପଣକୁ
ଦମ୍ଭେ ଭାରତୀୟ ନିଜେ ବୋଲିବାକୁ
ପଚାର ତାହାଙ୍କୁ,
କାର୍ଗିଲ୍ ବିଜୟର ବିଜୟୋଲ୍ଲାସ
ମେଜର ଡି.ପି.ସିଙ୍ହ ଅନୁଖର୍ ଙ୍କୁ
ଯିଏ ପାଳୁଛନ୍ତି ଜୁଲାଇ ପନ୍ଦରକୁ
ମୃତ୍ୟୁ ଓ ପୁନର୍ଜନ୍ମ ର ଦିବସ ରୂପେ ।
ଲେପ୍ଟନାଣ୍ଟ ଅଲ୍ ସାଥେ ପୁଅ କର୍ଣ୍ଣେଲ ଅମିତ
ଲଢିଲେ କାର୍ଗିଲ୍ କ୍ଷେତ୍ରେ ଦେଖିବାକୁ ସ୍ୱାଧୀନ ଭାରତ
ଅନ୍ୟ ସୈନ୍ୟ ସାଥେ-ଉତ୍କଳ ସନ୍ତାନ ଗୋପୀନାଥ ମହାରଣା
ଗଙ୍ଗାରାମଦାସ, ନିରଞ୍ଜନ ବେହେରା ଆଦି
କେତେ ସୈନ୍ୟଗଣ ଦେଶପାଇଁ ନିଜକୁ ଉତ୍ସର୍ଗୀ ଦେଲେ ବଳିଦାନ
ମନେ ଚିନ୍ତ ପାଇଛନ୍ତି କି ,ସେ ଉଚିତ ସମ୍ମାନ ।
ଉଜୁଡିଛି କେତେ ଶଙ୍ଖା ସିନ୍ଦୂର,
ଶୂନ୍ୟ ହୋଇଛି ପିତୃମାତୃ କୋଳ
ପିତା ହରେଇଛି ପୁଅକୁ ତାହାର,
କୁନି ଝିଅ ପୁଅ ହାରିଲେ ପିତାର କୋଳ
ମାତା,ପିତା,ପୁତ୍ରକନ୍ୟା, ପତ୍ନୀ ଯେବେ ଦୁଃଖେ ହୋଇ ଜର୍ଜରିତ
ପଚାରନ୍ତି ଯେବେ ମୋ'ବୀର'ପୁତ୍ର- ପିତା- ସ୍ୱାମୀ କାହିଁ...?
କି ଦେବ ଉତ୍ତର ଏଇ ସମାଜ
ମୁଖେ ବୋହି ନିର୍ଲଜ ଭାବ,
ପାଞ୍ଚଶ' ସତେଇଶି ସହୀଦ, କାହିଁକି ହେଜ...?
ସୈନ୍ୟ ଟିଏ ସହୀଦ ହେଲାପରେ
ପରଖିଛି କିଏ ?
କେମିତି ତା ପରିବାର ଚଳେ ?
ରାକ୍ଷୀ ପୂର୍ଣ୍ଣିମା ରେ କାନ୍ଦୁଛି ଭଉଣୀ ଲୁଚି
କୁନି ପୁଅ କାନ୍ଦେ ରାହାଧରି-
ମୋ ବାପା କେବେ ଫେରୁଛି ?
ମା'ରପଣତ ଅପେକ୍ଷା କରିଛି
ପୁଅ ମୁହଁ ପୋଛିବାକୁ,
ବୁଢ଼ା ବାପଟି ଅନେଇ ବସିଛି
ପୁଅର ଲେଉଟା ବାଟକୁ,
ବିଧବା ପତ୍ନୀ ଟି ସାଜି ବିରହିଣୀ
ଝରାଉଛି ଲୁହ କୋଉ ନିଭୃତ କୋଣରେ,
ଏ ଦୁଃଖ ଯାତନା ପଡୁଛି କି କେବେ କାହା ଦୃଷ୍ଟିରେ ?
ମନେ ମୁଁ ବିଚାରେ
ପାଳିବି କାର୍ଗିଲ୍ ବିଜୟ ଦିବସ
କେଉଁ ପରକାରେ ?
କେବଳ ନିଃସହାୟ ଭାବରେ କହିବି ଏତିକି
ଜୟ୍ ଯବାନ୍-ଜୟ୍ କିଶାନ୍
ଜୟ୍ ମୋ ଭାରତମାତା ।
କ୍ଷୀରେଶ୍ୱରୀ କିଷାନ
କୁମ୍ଭାର ଡିହି
କଲେଇ ପୋଷ
ବଣେଇ
ସୁନ୍ଦରଗଡ଼
0 Comments