* କାର୍ଗିଲ୍ ବିଜୟ ଦିବସ *
ନିଜ ଜୀବନକୁ ଲଗାଇ ବାଜି
ଶତ୍ରୁକୁ ବିନାଶ କରେସେ ଆଜି
ଦେଶ ପାଳେ ଆଜି ବିଜୟ ଦିବସ
ମା ମୁହଁରେ ଆଜି ହଜିଯାଇଛି ହସ
ଦେଶର ରଖି ମାନ ସନମାନ
ଦେଶ ପାଇ ଯବାନ ଦେଇ ବଳିଦାନ
ଭୁଲି ସାଙ୍ଗ ସାଥି ନିଜ ପରିବାର
ତୁମ ପାଦେ କୋଟି ନମସ୍କାର
ସଦା ରହିଛ ରହିବ ତୁମେ ଅମର
ରକ୍ତ ର ଜବାବ ରକ୍ତ ଦିଏ
ଭାରତ ମାତାର ସନ୍ତାନ ସିଏ
ଗୋଟିଏ ଗୁଳି ରେ ଯାଏ ଜୀବନ
ସ୍ମୁତି ରହିଯାଏ ଚିରଦିନ
ମନେ ପଡ଼େ ସେହିଦିନ
କାର୍ଗିଲ ଯୁଦ୍ଧ ରେ ଶହୀଦ ହୋଇଥିଲେ ଆମ ଯବାନ
ମନରେ ନରଖି ଡର ଭୟ
ଦେଶ ନାମ ରଖି ହୋଇଥିଲେ ବିଜୟ
ଝୁରୁଛି ମାଟି ଝୁରୁଛି ମା
ଝୁରୁଛି ଆଜି ଗାଁ
ମନେ ରଖି ଦେଇ ଗଲେ ଆଜି
କାର୍ଗିଲ ଦିବସ ର ନାଆ
* ଦୀପକ କୁମାର ପଣ୍ଡା
ଜିଲ୍ଲା -ରାୟଗଡା
ଗୁଣୁପୁର
0 Comments