"ଗୁରୁ ହିଁ ଈଶ୍ୱର"
ଗୁରୁ,
ଜୀବନ ଅନ୍ଧକାରରେ ଆଲୋକର କିରଣ,
ଜ୍ଞାନ ଭରା ସାଗର ସେ
ପୋଛିଦିଏ ଅଜ୍ଞାନ ର ଚିହ୍ନ.....
ସାଧା କାଗଜ କୁ ଗ୍ରନ୍ଥ ଯେ କରିପାରେ,
ଜ୍ଞାନ ସଞ୍ଜିଵନୀ ସିଞ୍ଚି
ଶିଶୁ ଗଛକୁ, ମହାନ୍ ବୃକ୍ଷ କରିପାରେ।
ମରୁଭୂମିରେ ସବୁଜତା ଆଣେ,
ଝଡ଼ ଝଞ୍ଜାରେ, ବାଟ କଢ଼ାଇ ନିଏ,
ପ୍ରତିଟି ଶବ୍ଦ ଯା'ର
ବେଦ ଓ ଗୀତା ହୁଏ,
ସେଇ ଏକା ଗୁରୁ,
ସେହି ଈଶ୍ୱର ବୋଲାଏ।
ରାମଙ୍କୁ ବିଶ୍ଵାମିତ୍ର,
ଅର୍ଜୁନ ଙ୍କୁ କୃଷ୍ଣ,
ସ୍ବୟଂ କୁ ସ୍ବୟଂ ସହ
ପରିଚିତ କରାଏ,
ସଙଯମୀ, ବିଶ୍ବାସୀ, ସ୍ବାବଲମ୍ବୀ ବନାଏ,
ଗୁରୁ ଏକ ବରଦାନ,
ନବ ଯୁଗର ନିର୍ମାଣ କରାଏ......
---------------
କୃଷ୍ଣା ମିଶ୍ର
ରାୟଗଡ଼, ଛତିଶଗଡ
୯୩୦୧୦୧୨୩୩୩
0 Comments