* କାର୍ଗିଲ ବିଜୟ ଦିବସ *
*******************

ଶିହରି ଉଠୁଛି  ତାଳୁରୁ ତଳିପା
ହୃଦୟ ବିଦାରି କୋହ,
କାର୍ଗିଲ ମାଟିର ଦ୍ୱାଦଶ ସପ୍ତାହ
ବିଜୟ ଧ୍ବଜା ର  ଲୁହ।।

ଲୁହ ଲହୁ ଦେଇ     ବିଜୟ ଆଣିଲେ ଆତସବାଜି ର ଯୋଦ୍ଧା,
ମାଟି ମାଆ କୋଳେ ବିଜୟ ବାନାକୁ
ଉଡାଇଲେ ଦେଇ ଶ୍ରଦ୍ଧା।।

ଶହ ଶହ ବିର       ସନ୍ତାନ ବିଚ୍ଛେଦ
ଦେଖିଛି ତ୍ରିରଙ୍ଗା ବାନା,
ଗର୍ବରେ ସମୀରେ ଫର ଫର ଉଡେ
ଲୁହ ମିଶା    ହସ ସୁନା।।

କାର୍ଗିଲ ମାଟିର ରଣ ହୁଙ୍କାରରେ
ଦେଖିଛି  ରକ୍ତର ସ୍ରୋତ,
ଶତ୍ରୁ ମାନଙ୍କର ପାରିବା ପଣରେ
ହୋଇନି ତା' ମଥା ନତ।।

ବିର ପୁତ୍ର ଗଣ   ଦେହରୁ ରୁଧିର
ଦେଇ ରଖିଲେ ତା' ମାନ,
ଆଜି ଉଡେ ତାଙ୍କ ସ୍ମୃତି ଚାରଣର
ସଭିଏଁ   ଦ୍ଯନ୍ତି    ସମ୍ମାନ।।

କାର୍ଗିଲ ସହିଦ    ବିର ଯବାନ ହେ!
ହୃଦ  ଶ୍ରଦ୍ଧାଞ୍ଜଳି  ନିଅ,
ଜଗତେ ବିଜୟ ମାଟି ମାଆ ହେଉ
ସଭିଏଁ ସ୍ଲୋଗାନ ଦିଅ।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
6372260479