ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ
ଗୁରୁ ମହେଶ୍ୱର
ଗୁରୁ ମାତା ଗୁରୁ ପିତା
ଗୁରୁ ବିଜ୍ଞାନର ।
ଶିକ୍ଷା ଗୁରୁ ଦୀକ୍ଷା ଗୁରୁ
ଛନ୍ତି କେତେ ଗୁରୁ
ତାଙ୍କ ପାଦ ପଦ୍ମେ ମଥା
ନତ କରେ ଦୂରୁ ।
ଯା'ର ପାଦ ପଦ୍ମ ଦିବ୍ୟ
ବଚନ ଯା' ଦିବ୍ୟ
ସେ ମହତ ସେ ସମ୍ମାନ
ଜ୍ଞାନ ଖଣି ଭବ୍ୟ ।
କଦା କଦା ଆସନ୍ତି ସେ
ମାନବ ଗହଣେ
ପ୍ରତ୍ୟକ୍ଷ ପରୋକ୍ଷ ଭାବେ
ସଦ୍ୟ ଗୁରୁ ଗଣେ ।
ଈଶ୍ୱର ହିଁ ଅବତାର
ନାନା ରୂପ ନାମେ
ଢ଼ାଳି ଦ୍ୱନ୍ତି ଜ୍ଞାନ ପ୍ରଭା
ଆସି ଧରା ଧାମେ ।
ଅଜ୍ଞାନ ତିମିରାଛନ୍ନ
ବ୍ୟସ୍ତତା ବିବ୍ରତ
ପଥ ହରା ଭ୍ରଷ୍ଟ ଜନ
ପଡ଼ି ଯେ ଆହତ ।
ଆହତେ ଆକୁଳ ଚିତ୍ତ
ପଥ ଧଣ୍ଡାଲଇ
ଈଶ୍ୱର ହିଁ ଏହିକ୍ଷଣି
ଗୁରୁ ରୂପ ଭେଇ ।
ଆସି ଖୋଳି ଦ୍ୱନ୍ତି ଜ୍ଞାନ
ନୟନଟି ବେନି
ଆପଣେ ଆଲୋକ ଜ୍ୟୋତି
ସହରଷେ ସାଜି ।
ତେବେ ଅଜ୍ଞାନ ଅପଥ
ଜନ ଦେଖେ ନିଜ
ଉଚିତ ଜ୍ଞାନ ସୁପଥ
ପାଏ ସେ ସହଜ ।
ଗୁରୁ ଗଣ ଅବର୍ଣ୍ଣନୀୟ
ଅଟଇ ଅପାର
ଜନ ସମାଜରେ ଗୁରୁ
ଚିର ନମସ୍କାର ।
ଅବତାର ନେଇ ଥାନ୍ତି
ସତ୍ୟର ସେ ସାର
ଯୁଗେ ଯୁଗେ ଅଭିହିତ
ଗୁରୁ ହିଁ ଈଶ୍ୱର ।
କ୍ଷୀରୋଦ୍ର ସାହୁ
ହୃଷିକେଶ
ଉତ୍ତରାଖଣ୍ଡ
୯୫୪୮୭୨୩୯୩୨
ତାରିଖ ୨୮ ୬ ୨୦୨୦
0 Comments