" କାର୍ଗିଲ ବିଜୟ ଦିବସ"

ଆଜି ର ଏହି ଦିନଟି, ଅବିସ୍ମରଣୟ ଦିବସ,
ସେହି ମାତା ମାନଙ୍କ ପାଇଁ, ଯେଉଁମାନେ,
ତାଙ୍କ ପୁତ୍ର ଙ୍କୁ ଅମର ହେବାର ଦେଖିଲେ,
ସେହି ପତ୍ନୀ ମାନଙ୍କ ପାଇଁ, ଯେଉଁମାନେ,
ତାଙ୍କ ସିନ୍ଥି ରୁ ସିନ୍ଦୁର ଲିଭାଇବାକୁ ବାଧ୍ୟ ହେଲେ,
ସେହି ସନ୍ତାନ, ସନ୍ତତି ମାନଙ୍କ ପାଇଁ,
ଯେଉଁମାନେ ବାପ ଛେଉଣ୍ଡ ହୋଇ 
ଅନାଥ ଶିଶୁ ର ଆଖ୍ୟା ପାଇଲେ,
ଆଜ୍ଞା ହଁ, ଏହି ଦିନ ରେ ବାହ୍ୟ ଶତ୍ରୁ ଙ୍କ ଶେଷ ହେଲା,
ଭାରତୀୟ ସୀମା ମଧ୍ୟ କୁ ଅନୁପ୍ରବେଶ।

ଇଣ୍ଡୋ- ପାକ୍ ଯୁଦ୍ଧ ର ହୋଇଲା ଅବସାନ,
ଉଣେଇଶ ଅନେଶୋତ ମସିହା ଜୁଲାଇ ଛବିଶ
ତାରିଖ ରେ କାର୍ଗିଲ୍ ବିଜୟ ଦିବସ ହୋଇଲା ପାଳନ।
ବୀର ଯବାନ ମାନେ ଆତ୍ମ ବଳିଦାନ ପାଇଁ,
ପଛଘୁଞ୍ଚା ଦେଲେ ନାହିଁ,
ତ୍ରିରଙ୍ଗା ପାଇଁ ନିଜେ ସହୀଦ ହେବାକୁ,
ଇଞ୍ଚେ କୁଣ୍ଠାବୋଧ ନ କଲେ ସେହି।

ସେହି ବୀର ଯବାନ ମାନଙ୍କୁ ମୋର ପ୍ରଣାମ,
ତାଙ୍କ ସମର୍ପଣ, ତାଙ୍କ ତ୍ୟାଗ ର ତୁଳନା ନାହିଁ,
ସେମାନେ ଯୁଗେ ଯୁଗେ ମହାନ।
ଯୁଗେ ଯୁଗେ ମହାନ।

ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
ଗୁରୁ ଛାତ୍ରୀ