"କାର୍ଗିଲ୍ ବିଜୟ ଦିବସ"
ସୁନାର ଦେଶ 
ମୋ ମାଟି ମାଆ ଭାରତ,
ତା ସୁରକ୍ଷା ପାଇଁ 
ସୀମାରେ ଜଗିଛି ବୀରପୁତ୍ର।
ଶତ୍ରୁ ଚାହିଁ ବସିଛି
କରିବାକୁ ତାକୁ କ୍ଷତବିକ୍ଷତ,
ସାହାସର ସହ
ବୀରପୁତ୍ର କରେ ପ୍ରତିହତ।
ଦେଶର ମଉଡମଣି 
କାଶ୍ମୀରକୁ କରିବାକୁ ନିଜର ବଶ,
ସୈନ୍ୟ ସାମନ୍ତ ଧରି 
ପାକିସ୍ଥାନ କରିଥିଲା ଗୁପ୍ତ ପ୍ରବେଶ।
ଉଣେଇଶ ଶହ 
ଅନେଶତ ସାଲ ଦିନ ଜୁଲାଇ ଛବିଶ,
କାରଗିଲ ଠାରେ 
ହୋଇଥିଲା ଯେ ଶତ୍ରୁପକ୍ଷର ସର୍ବନାଶ।
ସ୍ଥଳ ଜଳ ବାୟୁ ସେନା
ମିଶି ରଚିଲେ "ଅପରେସନ ବିଜୟ",
ଶୁଣି ସହସ୍ରାଧିକ ସିଂହର 
ବିରାଟ ଗର୍ଜନ ଶତ୍ରୁ ମାନିଥିଲା ପରାଜୟ।
କେତେ ଯେ ବୀରପୁତ୍ର
ଆମ ମାତୃଭୂମିର ହୋଇଗଲେ ଅମର ସହିଦ,
କେତେ ସ୍ତ୍ରୀ ଯେ ପୋଛିଲେ
ମଥାର ସିନ୍ଦୂର,ପିଲା ହେଲେ ବାପ ଛେଉଣ୍ଡ।
କେତେ ଯେ ନୀରିହ 
ବୁଢା ବାପାମାଆ ଝରାଇଥିଲେ ଆଖିରୁ ଲୁହ,
ଭେଣ୍ଡିଆ ପୁଅ ତ ଥିଲା
ଶେଷ ଆଶାବାଡି ଥମୁନାହିଁ ଆଜି ଯାଏଁ କୋହ।
ଧନ୍ୟ ହେ ବୀରପୁତ୍ର
ଭାରତ ମାଆର ସୁଯୋଗ୍ୟ ସନ୍ତାନ,
ରହିଛି ରହିବ ସଦା ଅମର
ଧନ୍ୟ ତୁମ ସାହାସ ଧନ୍ୟ ତୁମ ବଳିଦାନ।
ସେହି ସ୍ମୃତିରେ ଆଜି
କୋଣେ ଅନୁକୋଣେ ଏ ସମଗ୍ର ଭାରତବର୍ଷ
ଏକୋଇଶି ବର୍ଷ ଧରି 
ଗର୍ବରେ ପାଳୁଛି "କାରଗିଲ ବିଜୟ ଦିବସ"।
ଖାଲି ନୁହେଁ କାରିଗଲ
ରହିଛି ଏମିତି ଆହୁରି କେତେ ବିଜୟ ଗାଥା,
ଭାବି ଦେଲେ ମନରେ
ବୀରପୁତ୍ର ପାଇଁ ଆପେ ନଇଁ ଯାଏ ମୋ ମଥା।

ଜୟ ହିନ୍ଦ୍
ଭାରତ ମାତା କି ଜୟ
ଜୟ ଯବାନ୍ ଜୟ କିଷାନ୍
ସହିଦ ଯବାନ୍ ଅମର ରହେ।

ନାମ- ସ୍ମୃତି ରଞ୍ଜନ ସେନାପତି
ଠିକଣା- ସାଲେପୁର, କଟକ।