-::ଗୁରୁ ହିଁ ଈଶ୍ୱର ::
ଗୁରୁ ଵ୍ରହ୍ମା ଗୁରୁ ଵିଷ୍ଣୁ ଗୁରୁ ଦେବ
ମହେଶ୍ବର
ଗୀତା ରେ ରଚିତ ବାଣୀ କହେ ଗୁରୁ ହିଁ ଇଶ୍ୱର
ବିନା ଗୁରୁରେ ନାହିଁ ଜ୍ଞାନ
ତାଙ୍କ କଥାକୁ ନକରି ଅବମାନ
ଗୁରୁଙ୍କୁ ପୂଜିଣ ଦେବତା ସମାନ
ଶିକ୍ଷାଗୁରୁ ଦୀକ୍ଷାଗୁରୁ ଗୁରୁ ପିତାମାତା
ଦୁନିଆଁରେ ଏମାନେ ଚଳନ୍ତି ଦେବତା
ଜ୍ଞାନ ର ଆଲୋକ ଦେଖାଇ ଦିଅନ୍ତି
ଦୁଃଖ ସୁଖରେ ଆମ ପାଶେ ରୁହନ୍ତି
ବିନା ଗୁରୁରେ ନାହିଁ ଜୀବନ
ତାଙ୍କ ବିନା ଏ ଜୀବନ ନରକ ସମାନ
ତାଙ୍କ ପ୍ରେରଣା ଆଶ୍ରିବାଦ ସଭିଙ୍କ ଉପରେ ଥାଏ
ଯାହାଙ୍କ ପାଇ ଚଲାପଥ କୁସୁମିତ ହୋଇଥାଏ
ଛଟ ରୁ ବଡ଼ କରିସେ ଦିଅନ୍ତି ଦେଇ ଦିବ୍ୟ ଜ୍ଞାନ
ଜୀବନ ର ବାଟ ଲମ୍ବା ଚଲାପଥ ଦେଖାଇ ନାମ ଅର୍ଜନ
ଗୁରୁ ହେଲେ ଜନ୍ମ ଦାତା
ଶିକ୍ଷା ଦାତା
କର୍ମ ଦାତା
ଗୁରୁ ହେଲେ ସକଳ ବାଧାବିଘ୍ନ ର ସୁରକ୍ଷା ଦାତା
ଗୁରୁଙ୍କ ଆଦେଶେ ଶତ୍ରୁ ପାଶେ ମୋର ନାହିଁ ଡର ଭୟ
ଗୁରୁଙ୍କ ଆଶ୍ରିବାଦ ସଦା ରହିଛି ରହିବ ନିଶ୍ଚୟ ହେବ ଜୟ
ଦୀପକ କୁମାର ପଣ୍ଡା
ଜିଲ୍ଲା - ରାୟଗଡା ଗୁଣୁପୁର
0 Comments