( କାର୍ଗିଲ ବିଜୟ ଦିବସ )
ଛାନ୍ଦ - ଭାଗବତ ବାଣୀ ବୃତେ
ଏକଥା ଇତିହାସ ସାକ୍ଷୀ । ଭାରତ ଅଖଣ୍ଡିତ ଦେଖି ।
ଛଳ କପଟି ପାକିସ୍ଥାନି । ଅଧର୍ମ ପଥ ଅଗ୍ରସଇ ।
ଭାରତ ମାତାର ମସ୍ତକ। ଅଟଇ ଜାମ୍ମୁ ଓ କାଶ୍ମିର ।
ପର୍ବତଶିଖି ହିମ ଦେଶ । ହିମ ହିରକ ପରିବେଶ।
ଏ କଳିକାଳର ଚକ୍ରରେ। ହିସାଂ ଆଚରେ ପାକିସ୍ଥାନେ
ସ୍ବଧର୍ମ ହିତ ନଚିନ୍ତିଣ। ଧରିଣ ନାନାହିନ ବେଶ।
ପ୍ରବେଶିଲା କାର୍ଗିଲ ଦ୍ବାରେ ।ସୈନ୍ୟସାମନ୍ତ ଆକ୍ରମଣେ
ଚିନ୍ତିଣ କାଶ୍ମିର ପ୍ରଦେଶେ।ବିସ୍ତାରିଣ ଆମ୍ଭ ବିଦେଶେ।
କାଶ୍ମିର ଅଦ୍ଧବିଭାଜିତ।କରିଣ ଶତ୍ରୃ ପକ୍ଷପାତ।
ଅଗ୍ର ପର୍ବତେ ଆକ୍ରମଣ।ଭାବନ୍ତି ଆମ୍ବେ ବିରପଣ।
ଲୁହ ଲହୁରେ ଭାରତିୟ। ସ୍ବତେଜେ ଲଢନ୍ତି ଅଭୁତ।
ଜଳ ସ୍ଥଳ ବାୟୁ ଯବାନ। "କରନ୍ତି କାର୍ଗିିଲ ବିଜୟ"।
ସତ ସିଂହର ଶତ ବଳ ।କୋପିଲେ ଭାରତ କୁମର।
ରଣକ୍ଷେତ୍ରେ ରଣ ଭୂକମ୍ପ। ଦେଖିଣ ଶତ୍ରୃ ମର୍ମାହତ।
ଉଣେଇଶ ଅନେଶତରେ। ଜୁଲାଇ ଛବିସ ଦିନାଙ୍କେ।
ଆଷାଢ ପକ୍ଷ ଦୁଇମାସ।ତହିଁରେ ଜେଷ୍ଠ ରୌଦ୍ର ମାସ।
ଏ ତିନି ମାସ ଦିବାରାତ୍ରି।ସସସ୍ତ୍ରେ ରଣେ ଅହର୍ନିଶି।
ଶତ ସହସ୍ର ପ୍ରାଣଗଲା। ରଣକ୍ଷେତ୍ର ଶ୍ମଶାନ ହେଲା।
ଭାରତମାତାର ସନ୍ତାନ।ଜୟ ଜୟ ବୀର ଯବାନ।
ସହିଦ ହୋଇଲେ ଅମର।ହୋଇ ବୀରଗତି ସମ୍ପନ୍ନ।
ମାତା ଅପମାନ ରଣେ। ଶତ୍ରୁ ନାଶନ୍ତି ତନ ମନେ।
ସେପୁତ୍ର ଯବାନ ପାଇଁକି।"କାର୍ଗିଲ ବିଜୟ"ବିଜୟୀ।
ସେ ବିଜୟ ପାଇଁକି ଆଜ।ଜାମ୍ମୁକାଶ୍ମିର ଅଖଣ୍ଡିତ।
ଧନ୍ୟ ସେ ଜବାନର ଧ୍ବଜା। ଶାନ୍ତିରେ ଉଡଇ ତ୍ରିରଙ୍ଗା
କାର୍ଗିଲ ବିଜୟ ର ଗାଥା। ଅମର ଜବାନ ର କଥା ।
ସ୍ମୃତି ପଟଳେ ସଦାଥାଉ ।ଆଜି ଏ ଦିନ ମନେରହୁ।
ଯେବେ ଭାରତେ ହା ହା କାର ।ସେବେ ନାସନ୍ତି ଏ ଅମର ।
ଭାରତ ଗର୍ଭେ ଦେହବହି। ଅମରତ୍ବର ଗାଥା ଏହି।
ଶ୍ରୀ ଦେବାଶିଷ ସାହୁ
କଟକ
0 Comments