-(ସ୍ମୃତିରେ ସ୍ମୃତିରେ )-
************************
ଜୟ ହିନ୍ଦ୍...ଜୟ ଭାରତ...
ସ୍ମୃତିରେ ସ୍ମୃତିରେ ସମୟ ସ୍ରୋତରେ
ମନେ ପଡ ବୀର ତୁମେ
ସ୍ମୃତି ହୋଇ ଆଜି ରହିଛ ହୃଦୟେ
ମଥା ଟେକି ଚାଲୁ ଆମେ ।।
ସ୍ମୃତି ସିନା ଆଜି ଇତିହାସ ହେଲା
ବୀର ଗାଥା ଲେଖା କର୍ମେ
ସ୍ମୃତି ଜୟ ଧ୍ଵନୀ ସ୍ମୃତି ହିଁ ବଡ଼ିମା
ବାଜିଲା ବିଦେଶୀ ମର୍ମେ ।।
ସ୍ମୃତି ହିଁ ଜଵାନ ସ୍ମୃତି ସ୍ୱାଭିମାନ
ବୀର ପୁତ୍ର ଧରା ଧାମେ
ସ୍ମୃତି ରଖିଗଲେ ସ୍ମୃତି ଉଦ୍ଦେଶ୍ୟରେ
ଶହୀଦ ହୋଇଲେ ପ୍ରେମେ ।।
ସ୍ମୃତି ସେହି ଦିନ ସ୍ମୃତି ନୂଆଁ ସ୍ବପ୍ନ
ହନୁ ଜପ ରାମ ନାମେ
ସ୍ମୃତିରେ ସମାଧି ସ୍ମୃତିରେ ବାରିଧି
ଅଶ୍ରୁ ସମ ଆଜି ଚୁମେ ।।
ସ୍ମୃତିରେ ସାଇତି ରହିଛି ରହିବ
ବିଜୟ ଦିବସ ନାମେ
ସ୍ମୃତିକୁ ସାଉଁଟି ତ୍ରିରଙ୍ଗା ଉଡ଼ିଲା
କାର୍ଗିଲ୍ ବକ୍ଷେ ସୁନାମେ ।।
************************
ରଞ୍ଜନ କୁମାର ଭୁକ୍ତା
ରାକସ, ତାଳଚେର
ଅନୁଗୁଳ
0 Comments